ପ୍ରେମିକ ଦ୍ୱାରା ପ୍ରସ୍ତୁତ ରିଜ୍ୟୁମକୁ ଏଚଆରଙ୍କୁ ପଠାଇଲେ ଯୁବତୀ , ତା ପରେ ଏଭଳି ଅବସ୍ଥା …

ନୂଆଦିଲ୍ଲୀ -: ବିଶ୍ୱାସ ଧୋକା ପ୍ରତାରଣା ନା ମଜାକର ଏହି ଅବସ୍ଥା ପଢିଲେ ଭଲସେ ଜାଣିପାରିବେ । ରିଜ୍ୟୁମ୍ ଆଧାରରେ କମ୍ପାନିଗୁଡିକ ପ୍ରାର୍ଥୀ ଚୟନ କରିଥାଆନ୍ତି । ଚାକିରି ପାଇବା ପାଇଁ ପ୍ରତ୍ୟେକଟି ଲୋକ ଏଚଆରଙ୍କୁ ଭଲ ରିଜ୍ୟୁମ ପଠାଇ ଆକର୍ଷିତ କରିବାକୁ ଚେଷ୍ଟା କରିଥାଆନ୍ତି । ଏଭଳି ପରିସ୍ଥିତିରେ କିଛି ଲୋକ ସେମାନଙ୍କର ରିଜ୍ୟୁମକୁ ସର୍ବୋତ୍ତମ କରିବା ପାଇଁ ଅନ୍ୟର ସାହାଯ୍ୟ ନେଇ ଥାଆନ୍ତି । କିନ୍ତୁ ଏମିତି କରିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି । ଯୁବତୀ ତାଙ୍କ ପ୍ରେମିକ ଦ୍ୱାରା ଏକ ରିଜ୍ୟୁମ ପ୍ରସ୍ତୁତ କରିଥିଲେ । ଆଉ ଉକ୍ତ ରିଜ୍ୟୁମକୁ ସେ ନପଢ଼ି ଏଚଆରଙ୍କୁ ପଠାଇ ଦେଇଥିଲେ ।

Advertisement

ପ୍ରକାଶିତ ରିପୋର୍ଟ ମୁତାବକ, ଏହି ରିଜ୍ୟୁମର ଏକ ସ୍କ୍ରିନସଟକୁ କମ୍ପାନି ସୋସିଆଲ ମିଡିଆରେ ସେୟାର କରିଛି । ଏହି ରିଜ୍ୟୁମ୍ ଦେଖି ଲୋକମାନେ ଥଟ୍ଟା ପରିହାସ କରୁଥିବା ଦେଖିବାକୁ ମିଳୁଛି ।

ଯୁବତୀ କମ୍ପାନିକୁ ପଠାଇଥିବା ରିଜ୍ୟୁମରେ ସବୁକିଛି ତ ଠିକ ଥିଲା । କିନ୍ତୁ ଏଚଆରଙ୍କ ନଜର ମେଲ ନିମ୍ନରେ ଲେଖାଥିବା ମେସେଜ ଉପରେ ପଡ଼ିଥିଲା । ଏହି ମେସେଜ ଦେଖିବା କ୍ଷଣି ଏଚଆର ଜାଣି ପକାଇଥିଲେ କି ଯୁବତୀ ଜଣକ ତାଙ୍କ ବୟଫ୍ରେଣ୍ଡଙ୍କ ଠାରୁ ରିଜ୍ୟୁମ ଲେଖାଇଛନ୍ତି ।

ମେଲ ତଳେ ଲେଖା ଯାଇଥିଲା, ‘ମୋର ପ୍ରିୟ … ତୁମର ରିଜ୍ୟୁମ୍ ନିଅ । ଏହାକୁ ତିଆରି କରି ଦେଇଛି । ଠିକ୍ ଅଛି କି ନାହିଁ ଥରେ ଯାଞ୍ଚ କରି ନେବ । ଯଦି ତୁମେ ଏଥିରେ କୈାଣସି ପରିବର୍ତ୍ତନ କରିବାକୁ ଚାହୁଁଛ ତେବେ ମୋତେ ଜଣାଇଦେବ । ଏଥିସହିତ ପ୍ରେମିକ ମେଲରେ କିଛି ଚୁମ୍ବନ ଇମୋଜି ମଧ୍ୟ ଦେଇଥିଲେ ।

ଏହି ମେଲର ସ୍କ୍ରିନସଟ୍ ଏଚଆର ଦ୍ୱାରା ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା । ଏହାପରେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଏହା ଭାଇରାଲ ହୋଇଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!