କେମିତି କଟିବ ଆପଣଙ୍କ ଦିନ(ମାର୍ଚ୍ଚ ୨୨ ମଙ୍ଗଳବାର), ରାଶିଫଳରୁ ଜାଣନ୍ତୁ ଭାଗ୍ୟରାଶି

ମେଷ -: ପ୍ରଖର ମାନସିକତାରେ ଦୁରୂହ କାର୍ଯ୍ୟ ସମ୍ପାଦନ କରିବାରେ ସିଦ୍ଧହସ୍ତ ହେବେ । ପ୍ରଚୁର ଅର୍ଥାଗମର ସୂଚନା ମିଳୁଛି । ସ୍ୱକୁଳ ପ୍ରଧାନ ହୋଇପାରନ୍ତି । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ । ସୁସ୍ଥ ରହିବେ ।

Advertisement


ବୃଷ -: ଯଶସ୍ୱୀ ହେବେ । ଧନଶାଳୀ ହୋଇପାରନ୍ତି । ସରକାରୀ ଅର୍ଥ ମିଳିପାରେ । ଆକସ୍ମିକଭାବେ କିଛି ଧନପ୍ରାପ୍ତିର ସୂଚନା ମିଳୁଛି । ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ । ବେପାର, ବାଣିଜ୍ୟ ଲାଭଦାୟକ ହେବ ।


ମିଥୁନ -: ବୁଦ୍ଧିମାନ୍ ହେବେ । ଯାନ-ବାହନ ଓ ଧନଯୁକ୍ତ ହୋଇପାରନ୍ତି । ସରକାରୀ ମାନ୍ୟତା ମିଳିପାରେ । ପୁତ୍ର ସୁଖ ମିଳିବ । ପରୋପକାରୀ ହେବେ । ଦୟାଳୁ ସ୍ୱଭାବର ହେବେ । କୁଳ ଉଳକାରୀ ହେବେ । ସୁସ୍ଥ ରହିବେ ।


କର୍କଟ -: ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସୀ ହେବେ । ପ୍ରେମୀ ଓ ସାହସୀ ହୋଇପାରନ୍ତି । ସାନ ଭାଇମାନଙ୍କର ଆଦରଣୀୟ ହେବେ । ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ୍ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ ।

ସିଂହ -: ଭାଗ୍ୟଶାଳୀ ହେବେ । ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ବିଦ୍ୟାପ୍ରେମୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧନାଗମ ହେବ ।


କନ୍ୟା -: ଖୁସ୍ ମିଞ୍ଜାସର ହୋଇପାରନ୍ତି । ସମ୍ମାନିତ ହେବେ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନ ଲାଭ ହେବ । ବିଦ୍ୱାନ୍ ଓ ଶାସ୍ତ୍ରଜ୍ଞ ହେବେ । ଉପହାର ପ୍ରାପ୍ତିର ସୂଚନା ମିଳୁଛି ।

ତୁଳା -: ଚେଷ୍ଟା ଶୁଭଦାୟକ ହେବ । ପାରିବାରିକ ସୁଖ ମିଳିବ । କେହି ପଥରୋଧ କରିବାକୁ ଉଦ୍ୟମ କରିପାରନ୍ତି । କର୍ମଚଞ୍ଚଳ ରହିବେ । ଥଣ୍ଡାକଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ । ସ୍ୱାସ୍ଥ୍ୟ ରକ୍ଷା ପାଇଁ ଖର୍ଚ୍ଚାନ୍ତ ହେବେ ।

ବିଛା -: ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ସନ୍ତାନ, ସନ୍ତତି ଗୁଣୀ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ ।


ଧନୁ -: କୁଳ ପ୍ରଦୀପ ହେବେ । ଚିତ୍ତ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାର୍ଦ୍ରଚିତ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ଭାବ ରହିବ ।


ମକର -: ଭାଗ୍ୟଶାଳୀ ହୋଇପାରନ୍ତି । ପ୍ରେମୀ ଓ ବିଳାସୀ ହେବେ । ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ । ଧର୍ମାତ୍ମା, ବିଦ୍ୱାନ୍‌, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।


କୁମ୍ଭ -: ନିର୍ମଳ ମନ ଓ ସୌନ୍ଦର୍ଯ୍ୟପ୍ରିୟ ଦୃଷ୍ଟିଭଙ୍ଗୀ ଯୋଗୁଁ ଲେଖନୀମୁନରେ କଳା ସୃଷ୍ଟି କରପାରନ୍ତି । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟ ଲାଭଦାୟକ ହେବ । ଅଷ୍ଟମଚନ୍ଦ୍ର ଚନ୍ଦ୍ର ଯୋଗୁଁ ସାରାଦିନ ସତର୍କ ରହିବେ ।


ମୀନ -: କାର୍ଯ୍ୟରେ ସଫଳତା ମିଳିବ । ବନ୍ଧୁ ମିଳନ ଘଟିପାରେ । ବ୍ୟବସାୟ ଲାଭଜନକ ହେବ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ ଚଳିବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!