ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର : ୨୦୪ ଟ୍ରେନ୍ ବାତିଲ୍

ନୂଆଦିଲ୍ଲୀ : ପ୍ରତିଦିନ ଦେଶର ଲକ୍ଷାଧିକ ଯାତ୍ରୀ ଟ୍ରେନ ସେବାର ଲାଭ ଉଠାଇ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି । ଏପରି ପରିସ୍ଥିତିରେ ରେଳବାଇ ଦେଶର ଲାଇଫଲାଇନ୍ ଭାବେ ଗଣନା କରାଯାଉଛି । ହୋଲି ଉତ୍ସବ ପରେ ଲୋକମାନେ ପୁଣିଥରେ ନିଜ ନିଜ କାମକୁ ଫେରିବାରେ ଲାଗିଛନ୍ତି । ଏପରି କ୍ଷେତ୍ରରେ ଯଦି ଆପଣ ବି ଆଜି ଟ୍ରେନ ଯାତ୍ରା କରିବେ, ତେବେ ଯାତ୍ରା କରିବା ପୂର୍ବରୁ କ୍ୟାନସେଲ୍, ଡାଇଭର୍ଟ ଓ ରିଶେଡ୍ୟୁଲ ଟ୍ରେନର ଲିଷ୍ଟ ଚେକ୍ କରନ୍ତୁ । ନଚେତ୍ ରେଳ ଷ୍ଟେସନରେ ପହଞ୍ଚି ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

Advertisement

ଅନେକ କାରଣରୁ ଟ୍ରେନ ଚଳାଚଳ ବାତିଲ, ଡାଇଭର୍ଟ ଏବଂ ରିଶେଡ୍ୟୁଲ କରିଥାଏ ରେଲୱେ । ପ୍ରଥମଟି ହେଉଛି ରେଳ ଟ୍ରାକ୍ ମରାମତି କରିବା, ଅର୍ଥାତ୍ ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ ପାଇଁ ମଝିରେ ମଝିରେ ମରାମତି, ଯେଉଁ କାରଣରୁ ଟ୍ରେନର ସମୟକୁ ଅନେକ ଥର ପରିବର୍ତ୍ତନ କରିବାକୁ ପଡିଥାଏ ବାତିଲ୍ କରିବାକୁ ପଡିଥାଏ । ଅନ୍ୟ କାରଣଟି ହେଉଛି ଖରାପ ପାଗ । ବେଳେବେଳେ ବର୍ଷା, ଝଡ ଇତ୍ୟାଦି ଖରାପ ପାଗ ହେତୁ ରେଳବାଇକୁ ବାତିଲ୍, ଡାଇଭର୍ଟ୍ ଏବଂ ରିଶେଡ୍ୟୁଲ କରିବାକୁ ପଡିଥାଏ । ବିଭିନ୍ନ କାରଣରୁ ଆଜି ରେଳବାଇ ଟ୍ରେନ୍ ବାତିଲ କରିଛି । ସେହିପରି ଆଜି ଅର୍ଥାତ୍ ମାର୍ଚ୍ଚ ୨୧, ୨୦୨୨ ରେ ରେଲୱେ ପକ୍ଷରୁ ୨୦୪ ଟ୍ରେନ୍ ବାତିଲ କରାଯାଇଛି । ଏଥି ସହିତ ଆଜି କେବଳ ଗୋଟିଏ ଟ୍ରେନ୍ ରିଶେଡ୍ୟୁଲ କରାଯାଇଛି । ଏହି ଟ୍ରେନ୍ ହେଉଛି ଜଗବାନୀରୁ ଆନନ୍ଦ ବିହାରକୁ ଯାଉଥିବା ଟ୍ରେନ୍ ନମ୍ବର ୦୪୦୬୩ । ଏହା ବ୍ୟତୀତ ରେଳବାଇ ୫ ଟି ଟ୍ରେନକୁ ଡାଇଭର୍ଟ କରିବାକୁ ନିଷ୍ପତ୍ତି ନେଇଛି । ଡାଇଭର୍ଟେଡ୍ ଟ୍ରେନ୍ ଗୁଡିକରେ ଆନନ୍ଦ ବିହାରରୁ ଗୋରଖପୁର ପର୍ଯ୍ୟନ୍ତ ହମସଫର ଏକ୍ସପ୍ରେସ ମଧ୍ୟ ଅନ୍ତର୍ଭୁକ୍ତ । ଯଦି ଆପଣ ଆଜି ରେଳ ସେବାର ଲାଭ ଉଠାଇବାକୁ ଯାଉଛନ୍ତି ଏବଂ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ନିଶ୍ଚିତ ଭାବରେ ବାତିଲ, ଡାଇଭର୍ଟ ଏବଂ ରିଶେଡ୍ୟୁଲ ଟ୍ରେନର ତାଲିକା ଯାଞ୍ଚ କରନ୍ତୁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!