ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ମହଙ୍ଗା ପଡିଲା, ଆଇନ୍ ଜାଲରେ ସଲମାନ ଖାଁ

ମୁମ୍ବାଇ -: ଆଇନ୍‌ଗତ ସମସ୍ୟାରେ ପ୍ରାୟତଃ ଅଧିକାଂଶ ସମୟରେ ଛନ୍ଦି ହୋଇପଡ଼ିଥାନ୍ତି ଅଭିନେତା ସଲମାନ ଖାନ୍ । ନିକଟରେ ସେ ପୁଣି ଥରେ ଏକ ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତିି ।

Advertisement

ଜାଣିବାକୁ ମିଳିଛି ଯେ ସଲମାନ ରାସ୍ତାରେ ଯାଉଥିବା ଅବସ୍ଥାରେ ଜଣେ ଟିଭି ସାମ୍ବାଦିକ ତାଙ୍କ ଫଟୋ ଉଠାଇବାରୁ ସଲମାନ ତାଙ୍କୁ ଦୁର୍ବ୍ୟବହାର ଦେଖାଇ ଥିବାରୁ ଅନ୍ଧେରୀ କୋର୍ଟ ତାଙ୍କ ନାଁରେ ଏକ ସମନ ଜାରି କରିଛି । ସଲମାନ ଏବଂ ତାଙ୍କ ଅଙ୍ଗରକ୍ଷୀ ମହମ୍ମଦ ନୱାଜ ଇକବାଲ୍ ଶୈଖ୍‌ଙ୍କୁ ଏପ୍ରିଲ୍ ୫ ତାରିଖ ପୂର୍ବରୁ ଅଦାଲତରେ ହାଜିର ହେବାରୁ ନିର୍ଦ୍ଦେଶ ଦେଇଛନ୍ତି ଅନ୍ଧେରୀ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ ।


ଉଭୟ ସଲମାନ ଏବଂ ତାଙ୍କ ଅଙ୍ଗରକ୍ଷୀଙ୍କୁ ୫୦୪ ଓ ୫୦୬ ଧାରା ଅଧୀନରେ ସମନ ପଠାଯାଇଛି । ଘଟଣାଟି ହେଉଛି ୨୦୧୯ ମସିହାର । ଜଣେ ଟିଭି ସମ୍ବାଦିକ ଅଭିଯୋଗ ଆଣିଛନ୍ତି ଯେ ୨୦୧୯ ମସିହାରେ ସେ ତାଙ୍କ କାର୍ଯ୍ୟ କରୁଥିବା ବେଳେ ସଲମାନ ଓ ସଲମାନଙ୍କ ଅଙ୍ଗରକ୍ଷୀ ତାଙ୍କୁ ଅପମାନିତ କରିବା ସହ ଧମକ ମଧ୍ୟ ଦେଇଥିଲେ ।
ଏ ନେଇ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଆର୍ ଆର୍ ଖାନ୍ କହିଛନ୍ତି, ‘ଏହି ମାମଲାର ତଦନ୍ତ ପାଇଁ ଏହାକୁ ଡିଏନ୍ ନଗର ପୁଲିସ୍ ଷ୍ଟେସନ୍‌କୁ ସ୍ଥାନାନ୍ତର କରାଯାଇଛି ।’

Advertisement

Leave a Reply

Your email address will not be published. Required fields are marked *