ଚୈତ୍ର ନବରାତ୍ରୀ ପାଳନ କରୁଥିଲେ ଏହି ନିୟମ ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ଘଟିପାରେ ବଡ ଅନିଷ୍ଠ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଚୈତ୍ର ମାସର ଆରମ୍ଭ ହୋଇ ସାରିଛି । ଚୈତ୍ର ମାସରେ ମୁଖ୍ୟ ପର୍ବ ହେଉଛି ଚୈତ୍ର ନବରାତ୍ରୀ । ଏହାକୁ ସାରା ଦେଶରେ ଧୂମଧାମ ସହ ବେଶ ନୀତିନିୟମରେ ପାଳନ କରାଯାଏ । ଚଳିତ ବର୍ଷ ଚୈତ୍ର ନବରାତ୍ରୀ ପର୍ବ ୨ ଏପ୍ରିଲ, ୨୦୨୨ରୁ ଆରମ୍ଭ ହୋଇ ୧୧ ଏପ୍ରିଲ ଯାଏଁ ପାଳନ ହେବ । ନବରାତ୍ରୀ ସମୟରେ ମା’ ଦୁର୍ଗାଙ୍କ ନଅଟି ରୂପକୁ ପୂଜାର୍ଚ୍ଚନା କରାଯାଏ । ମା’ଙ୍କୁ ସୁଖସମୃଦ୍ଧି ଓ ଧନର ଦେବୀ ବୋଲି କୁହାଯାଏ । ଧାର୍ମିକ ମାନ୍ୟତା ଅନୁଯାୟୀ, ନବରାତ୍ରୀ ସମୟରେ ସମ୍ପୂର୍ଣ୍ଣ ଶ୍ରଦ୍ଧାଭାବରେ ମା’ଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ । ମନସ୍କାମନା ପୂରଣ ହୋଇଥାଏ । ମାତ୍ର ଏହି ନବରାତ୍ରୀ ସମୟରେ ଏପରି କିଛି କାର୍ଯ୍ୟ ରହିଛି, ଯାହା କରିବା ଉଚିତ ନୁହେଁ । ଏହା ଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ । ଜାଣନ୍ତୁ…

Advertisement
.

  • ନବରାତ୍ରୀ ସମୟରେ ଘରେ ପ୍ରସାଦର ଖୁବ ମହତ୍ତ୍ୱ ରହିଛି ।
  • ଭଗବାନଙ୍କ ନିକଟରେ ପ୍ରସାଦ ଅର୍ପଣ କରିବା ସମୟରେ ସାତ୍ତ୍ୱିକ ଜିନିଷର ବ୍ୟବହାର କରନ୍ତୁ । ତେଣୁ ଏହି ସମୟରେ ରସୁଣ ପିଆଜର ସେବନ କରନ୍ତୁ ନାହିଁ ।
  • ଏହି ସମୟରେ ଆମିଷ ସେବନ କରନ୍ତୁ ନାହିଁ ।
  • ଘରେ କେହି ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ ।
  • ଧାର୍ମିକ ମାନ୍ୟତା ଅନୁଯାୟୀ, ବ୍ରତ ପାଳନ କରୁଥିଲେ କେଶ,ଦାଢି କାଟନ୍ତୁ ନାହିଁ । ଏହି ସମୟରେ କେଶ ଓ ଦାଢି କାଟିଲେ ଭବିଷ୍ୟତରେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ ।
Advertisement

Leave a Reply

Your email address will not be published. Required fields are marked *

error: Content is protected !!