ମାର୍ଚ୍ଚ ୨୭ ରବିବାର ରାଶିଫଳ – ଏହି ରାଶିଧାରୀଙ୍କ ଭାଗ୍ୟରେ ଧନର ବର୍ଷା ହେବ

ମେଷ -: ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖକର ହେବ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ସୁଷମ ଖାଦ୍ୟରେ ଆପ୍ୟାୟିତ ହେବେ ।

Advertisement

ବୃଷ -: ସୁଖ-ସମ୍ମାନ ଲାଭ କରିପାରନ୍ତି । ବନ୍ଧୁ ସହାୟତା ମିଳିବ । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ । ସାରା ଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଋଣ ପରିଶୋଧ କରିପାରନ୍ତି । ଶୁଭକାର୍ଯ୍ୟ କରଣୀୟ ।

ମିଥୁନ -: ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ବିଭିନ୍ନ ସୂତ୍ରରୁ ଅର୍ଥାଗମର ସୂଚନା ମିଳୁଛି । ଗୁରୁ କୃପା ଲାଭ କରିପାରନ୍ତି । ବିଦ୍ୟାଭ୍ୟାସୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କର୍ମଚଞ୍ଚଳ ରହିବେ ।

କର୍କଟ -: ସମସ୍ତ ଭାଇମାନଙ୍କର ପୂଜନୀୟ ହେବେ । ପରିଶ୍ରମ ଯେତେ କଠିନ ହେଲେ ବି, ତା’ର ମୂଲ୍ୟ ମିଳିବ । ଯାନ-ବାହନ ସୁଖ ମିଳିପାରେ । ସାମାଜିକ ସ୍ତରରେ ଯଶସ୍ୱୀ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି ।

ସିଂହ -: ସୁଖ-ସମ୍ମାନ ଲାଭ କରିପାରନ୍ତି । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ଆର୍ôଥକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଉଦୟ ହୋଇଛି । ସରକାରୀ ସ୍ତରରୁ ଲାଭ ମିଳିବ ।

କନ୍ୟା -: ଆଳସ୍ୟ ପରାୟଣ ହେଲେ ବି ଆଶା ଫଳବତୀ ହେବ । ଶୁଭା-ଶୁଭମିଶ୍ରିତ ଫଳ ମିଳିପାରେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ମାନ ସମ୍ମାନ ବୃଦ୍ଧି ହେବ । ପତ୍ନୀଙ୍କ କଷ୍ଟ ଦୂର କରିବାରେ ପାରଙ୍ଗମ ହେବେ ।

ତୁଳା -: ରୋଜଗାରକ୍ଷମ ହେବେ । ସରକାରୀ ବା ବନ୍ଧୁଙ୍କ ଦ୍ୱାରା ଲାଭବାନ୍ ହେବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ ।

ବିଛା -: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି । ସହିଷ୍ଣୁ ମନୋଭାବର ହେବେ । ଦାନ-ଧ୍ୟାନରେ ଅଧିକ ଅର୍ଥ ବ୍ୟୟ କରିପାରନ୍ତି । କର୍ମଚଞ୍ଚଳ ରହିବେ । ମଧୁର ଭାଷାରେ ପରକୁ ଆପଣାର କରିବେ ।

ଧନୁ -: ସାଧନାରେ ସିଦ୍ଧି ପ୍ରାପ୍ତିର ସୌଭାଗ୍ୟ ଉଦୟ ହୋଇଛି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସ୍ତରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ ।

ମକର -: କର୍ମଚଞ୍ଚଳ ରହିବେ । ସରକାରୀ ଅର୍ଥ ମିଳିପାରେ । ସମୃଦ୍ଧିର ପ୍ରଥମ ସ୍ତର ଅତିକ୍ରମ କରିପାରନ୍ତି । କର୍ମକ୍ଷେତ୍ର ଉଳମୟ ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଆର୍ôଥକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ ।

କୁମ୍ଭ -: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଆତ୍ମସନ୍ତୋଷ ମିଳିବ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି । ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିପାରନ୍ତି ।

ମୀନ -: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅର୍ଥାଗମରେ ବାଧାପ୍ରାପ୍ତ ହୋଇପାରେ । ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ । ଅପରାହ୍ନରୁ ଶୁଭବେଳା ଆସିବ । ବ୍ୟବସାୟରୁ ଲାଭ ମିଳିବ । ଦାମ୍ପତ୍ୟ ସୁଖ ମିଳିବ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!