ଦୁଇ ଦିନିଆ ଭାରତ ବନ୍ଦ, ସୋମବାର ଓ ମଙ୍ଗଳବାର

ନୂଆଦିଲ୍ଲୀ -: କେନ୍ଦ୍ର ସରକାରଙ୍କ କୃଷକ, ଶ୍ରମିକ ଓ ସାଧାରଣ ଜନତା ବିରୋଧୀ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନଗୁଡ଼ିକ ଆସନ୍ତା ୨୮ ଓ ୨୯ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ଡାକରାକୁ ବ୍ୟାଙ୍କ ୟୁନିୟନଗୁଡ଼ିକ ସମର୍ଥନ କରୁଥିବାରୁ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ ।

Advertisement

ମାର୍ଚ୍ଚ ୨୨ରେ ଭାରତ ବନ୍ଦ ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା ପାଇଁ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଏକ ବୈଠକ ଦିଲ୍ଲୀଠାରେ ବସିଥିଲା । ଏକ ବୈଠକ ପରେ ଟ୍ରେଡ ୟୁନିଅନଗୁଡ଼ିକ କହିଛନ୍ତି ଯେ ସେମାନେ କେନ୍ଦ୍ରର କର୍ମୀ ବିରୋଧୀ, କୃଷକ ବିରୋଧୀ, ସାଧାରଣ ଜନତା ବିରୋଧୀ ତଥା ଜାତୀୟ ବିରୋଧୀ ନୀତିକୁ ବିରୋଧ କରିବେ । ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ଘରୋଇକରଣ କରିବା ସହିତ ବ୍ୟାଙ୍କିଙ୍ଗ୍ ଆଇନ୍ ସଂଶୋଧନ ବିଲ୍ ୨୦୨୧ଭଳି ସରକାରଙ୍କ ଯୋଜନାକୁ ବିରୋଧ କରିବାକୁ ବ୍ୟାଙ୍କ ୟୁନିଅନଗୁଡ଼ିକ ବି ଏଥିରେ ଅଂଶଗ୍ରହଣ କରୁଛନ୍ତି ।

ଟ୍ରେଡ ୟୁନିଅନର ଏକ ବିବୃତିରେ କୁହାଯାଇଛି ଯେ ସଡ଼କପଥ, ପରିବହନ କର୍ମଚାରୀ ଏବଂ ବିଦ୍ୟୁତ କର୍ମଚାରୀ ମଧ୍ୟ ଏହି ଧର୍ମଘଟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି । ରେଳବାଇ ଏବଂ ପ୍ରତିରକ୍ଷା କ୍ଷେତ୍ରର ୟୁନିଅନମାନେ ଶହ ଶହ ସ୍ଥାନରେ ଏହି ଧର୍ମଘଟକୁ ସମର୍ଥନ କରି ଜନସମାଗମ କରିବେ ବୋଲି ବିବୃତିରେ ଦର୍ଶାଯାଇଛି । କୋଇଲା, ଇସ୍ପାତ, ତୈଳ, ଟେଲିକମ୍‌, ଡାକ, ଆୟକର ଏବଂ ବୀମା ଭଳି ବିଭିନ୍ନ କ୍ଷେତ୍ରର କର୍ମଚାରୀମାନେ ଏହି ଧର୍ମଘଟରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!