ଆପଣଙ୍କ ପାଇଁ ଖୁସି ଖବର, କମିଲା ସୁନା ଓ ରୁପାର ଦର

ନୂଆଦିଲ୍ଲୀ : ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ଆଜି ଭାରତୀୟ ସରଫା ବଜାରରେ ଉଭୟ ସୁନା ଓ ରୁପା ଦର ହ୍ରାସ ପାଇଥିବା ଜଣାପଡ଼ିଛି । ୧୦ଗ୍ରାମ ସୁନା ମୂଲ୍ୟ ୫୧୬୫୩ଟଙ୍କା ରହିଥିବା ବେଳେ ୯୯୯ଶୁଦ୍ଧତା ଥିବା ଏକ କିଲୋ ରୁପା ମୂଲ୍ୟ ହ୍ରାସ ପାଇ ୬୭୭୮୨ଟଙ୍କାରେ ପହଞ୍ଚିଛି ।

Advertisement


ସୂଚନାଅନୁସାରେ, ୯୯୫ଶୁଦ୍ଧତା ଥିବା ୧୦ଗ୍ରାମ ସୁନା ୫୧୪୪୬ ଟଙ୍କା ଥିବା ବେଳେ ୯୧୬ଶୁଦ୍ଧତା ଥିବା ସୁନା ମୂଲ୍ୟ ୪୭୩୧୪ଟଙ୍କା ରହିଛି । ସେହିପରି ୭୫୦ଶୁଦ୍ଧତା ଥିବା ଦଶଗ୍ରାମ ସୁନା ମୂଲ୍ୟ ୩୮୭୪୦ଟଙ୍କାରେ ପହଞ୍ଚିଛି । ଏତଦ ବ୍ୟତୀତ ୫୮୫ ଶୁଦ୍ଧତା ଥିବା ସୁନା ଦାମ ହ୍ରାସ ପାଇ ଆଜି ୩୦୨୧୭ଟଙ୍କାରେ ପହଞ୍ଚିଛି । ଏହି କ୍ରମରେ ଏକକିଲୋ ରୁପ ମୂଲ୍ୟ ହ୍ରାସ ପାଇଁ ୬୭୭୮୨ଟଙ୍କାରେ ପହଞ୍ଚିଛି ।


ଦେଖିବାକୁ ଗଲେ ଆଜି ସମସ୍ତ ପ୍ରକାର ଶୁଦ୍ଧତା ସୁନା-ରୁପା ଦର ହ୍ରାସ ପାଇଛି । ୯୯୯ଶୁଦ୍ଧତା ସୁନା ମୂଲ୍ୟ ୨୩୯ଟଙ୍କା, ୯୯୫ଶୁଦ୍ଧତା ସୁନା ମୂଲ୍ୟ ୨୩୮ଟଙ୍କା, ୯୧୬ ଶୁଦ୍ଧତା ସୁନା ମୂଲ୍ୟ ୨୧୯ଟଙ୍କା, ୭୫୦ଶୁଦ୍ଧତା ସୁନା ମୂଳ୍ୟ ୧୭୯ଟଙ୍କା ହ୍ରାସ ପାଇଛି । ଏହି କ୍ରମରେ ଦେଖିବାକୁ ଗଲେ ଏକକିଲୋ ରୁପ ମୂଲ୍ୟ ୯୦୯ଟଙ୍କା ଶସ୍ତା ହୋଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!