କଂଗ୍ରେସ ପ୍ରତି ବିଜେପ ନେତା ଗଡକରୀଙ୍କ ଏତେ ଆତ୍ମୀୟତା କାହିଁକି ? ଆସନ୍ତୁ ଜାଣିବା

ମୁମ୍ବାଇ: ନେତା କଂଗ୍ରେସ ନଛାଡ଼ନ୍ତୁ, ପୁଣି ମଜବୁତ ହେଉ ଦଳ; କିଛି ଏଭଳି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ନିତିନ ଗଡକରୀ । ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପାଇଁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ଦେଇଥିବା ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚାରେ । ଜଣେ ଶକ୍ତିଶାଳୀ ବିଜେପି ନେତା ଭାବେ ଜଣାଶୁଣା ନିତିନ ଗଡକରୀ କଂଗ୍ରେସ ପାଇଁ ଏଭଳି ସହାନୁଭୂତି ଦେଖାଇବାକୁ କେହି ସହଜରେ ହଜମ କରିପାରୁନାହାନ୍ତି ।

Advertisement

ଏକ କାର୍ଯ୍ୟକ୍ରମରେ ଗଡକରୀ କହିଛନ୍ତି ଯେ, ଗଣତନ୍ତ୍ର ପାଇଁ ଏକ କଂଗ୍ରେସ ଦୃଢ଼ ରହିବା ଆବଶ୍ୟକ । ଲଗାତାର ନିର୍ବାଚନରେ ହାରିଥିବା କଂଗ୍ରେସ ପୁଣି ଥରେ ଶକ୍ତିଶାଳୀ ହେଉ ଏବଂ ଦଳର ନେତାମାନେ ନିରାଶ ହୋଇ ଦଳ ଛାଡନ୍ତୁ ନାହିଁ । ଏକ ଦୁର୍ବଳ କଂଗ୍ରେସର ଅର୍ଥ ହେଉଛି ଆଞ୍ଚଳିକ ଦଳଗୁଡିକ ମୁଖ୍ୟ ବିରୋଧୀ ଦଳକୁ ବଦଳାଉଛନ୍ତି, ଯାହା ଏକ ଭଲ ସଙ୍କେତ ନୁହେଁ ।

ଶନିବାର ଲୋକମତ୍ ସାମ୍ବାଦିକତା ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ର ଦୁଇଟି ଚକକୁ ନେଇ ଚାଲିଥାଏ, ତାହା ହେଉଛି ଶାସନ ବ୍ୟବସ୍ଥା ଏବଂ ବିରୋଧୀ । ଗଣତନ୍ତ୍ର ପାଇଁ ମଜବୁତ ବିରୋଧୀ ରହିବ ଅତ୍ୟନ୍ତ ଜରୁରୀ । ତେଣୁ କଂଗ୍ରେସ ଦୃଢ଼ ହେଉ ବୋଲି ମୋର ଇଚ୍ଛା । ଏଥି ସହିତ କଂଗ୍ରେସ ଦୁର୍ବଳ ଥିବାବେଳେ ଆଞ୍ଚଳିକ ଦଳଗୁଡ଼ିକ ଏହାର ସ୍ଥାନ ଗ୍ରହଣ କରୁଛନ୍ତି, ଯାହା ଗଣତନ୍ତ୍ର ପାଇଁ ଭଲ ନୁହେଁ । ଏଭଳି ପରିସ୍ଥିତିରେ ବିରୋଧୀ ଦଳ ଶକ୍ତିଶାଳୀ ହେବା ଉଚିତ୍ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!