ଏବେ ଖୋଲିବ ମାନସ ହତ୍ୟାକାଣ୍ଡର ପୁରା ଗୁମର, ରାଣୀ ମହୁମାଛି ଏବେ ପୋଲିସ ପଞ୍ଜାରେ

ଭୁବନେଶ୍ୱର -: ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲାର କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତକୁ ପୁଲିସ ପ୍ରାୟ ଦେଢ଼ ମାସ ପରେ ଗିରଫ କରିବା ପରେ ସଫଳ ହୋଇଛି । ଗିରଫ ପରେ ପୁଲିସ ଶର୍ମିଷ୍ଠାଙ୍କୁ ଚାନ୍ଦବାଲି ଥାନାରେ ହାଜର କରାଇଛି । କାରଣ ଗତ ଫେବ୍ରୁଆରି ୭ ତାରିଖ ଠାରୁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାକୁ ନେଇ ପ୍ରାୟ ଦେଢ ମାସ ହେବ ବିବାଦ ଲାଗିରହିଥିଲା । ଏବେ ମୁଖ୍ୟ ଅଭିଯୁକ୍ତ ଓ କିଛି ସହଯୋଗୀ ପୁଲିସର ପଞ୍ଝାରେ ଥିବାରୁ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ଆଶା କରାଯାଉଛି । ତେବେ କିଛି ସ୍ୱାର୍ଥ ପାଇଁ ମାନସଙ୍କୁ କାହିଁକି ହତ୍ୟା କରାଗଲା, ଏହାର କାରଣ ଜାଣିବା ପାଇଁ ରାଜ୍ୟବାସୀ ବହୁତ କିଛି ଅଶା ରଖିଛନ୍ତି । ମାନସ ଅପରହଣ ଠାରୁ ଶର୍ମିଷ୍ଠା ଗିରଫ ହେବା ପର୍ଯ୍ୟନ୍ତ କେମିତି ଥିଲା ପୂରା ଘଟଣା କ୍ରମ ଆସନ୍ତୁ ସେ ବିଷୟରେ ଜାଣିବା…

Advertisement

-ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାଶପୁର ନିକଟରୁ ୭ ଫେବ୍ରୁଆରିରେ ମାନସଙ୍କୁ ଅପହରଣ
-ଶର୍ମିଷ୍ଠାଙ୍କ ହ୍ୟୁଣ୍ଡାଇ କାରରେ ବଳପୂର୍ବକ ଅପହରଣ
-କାରରେ ମାନସଙ୍କୁ ନିସ୍ତୁକ ମାଡ ମରାଯାଇଥିଲା
-ଅପହରଣ ପୂର୍ବରୁ ଚିପ୍ କୁଆଡେ ଗଲା କହି ମାନସଙ୍କୁ ଚାପୁଡା ମାରିଥିଲେ ଶର୍ମିଷ୍ଠା
-ଅପହରଣ ପରେ ମାନସଙ୍କୁ ଭୁବନେଶ୍ୱର ଉପକଣ୍ଠ ଦୟାଲ ଆଶ୍ରମକୁ ଅଣାଯାଇଥିଲା
-ଆଶ୍ରମରେ ଏକ କୋଠରୀରେ ପୁରାଇ ମାନସଙ୍କୁ ମାଡ ମରାଯାଇଥିଲା
-୧୪ ଫେବ୍ରୁଆରିରେ ମାନସଙ୍କ ପରିବାର ଲୋକ ନିଖୋଜ ନେଇ ଚାନ୍ଦବାଲି ଥାନରେ ଦେଇଥିଲେ ଏତଲା
-ଶର୍ମିଷ୍ଠାଙ୍କୁ ୨ ଥର ଡାକି ପଚରାଉଚରା କରି ଛାଡି ଦେଇଥିଲା ଚାନ୍ଦବାଲି ପୁଲିସ
-୩ ଅଭିଯୁକ୍ତଙ୍କୁ ଗିରଫ ପରେ ୧୨ ମାର୍ଚ୍ଚରେ ମାଟି ତଳେ ପୋତା ଯାଇଥିବା ମାନସଙ୍କ ମୃତଦେହକୁ ଉଦ୍ଧାର
-ନୟାଗଡ ଜିଲ୍ଲା ରଣପୁର ଥାନା ବଧିପାଟଣା ନିକଟସ୍ଥ ପାହାଡ ତଳୁ ମାନସଙ୍କ ମୃତଦେହ ଉଦ୍ଧାର
-ମୃତଦେହ ମିଳିବା ପରେ ମାନସଙ୍କୁ ନେଇ ଆସିଲା ନୂଆ ତଥ୍ୟ
-ହତ୍ୟାକାଣ୍ଡରେ ପୂର୍ବତନ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ନେଇ ପ୍ରମାଣ
-ମାର୍ଚ୍ଚ ୨୧ରେ ସୂଚନା ଓ ଲୋକସମ୍ପର୍କ ବିଭାଗର ତତ୍କାଳୀନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଗିରଫ
-ମାର୍ଚ୍ଚ ୨୩ ତାରିଖରେ କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ଭାର ଦିଆଗଲା
-ମାର୍ଚ୍ଚ ୨୩ରେ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ବିଜୟୱାଡାରୁ ଗିରଫ
-ମାର୍ଚ୍ଚ ୨୮ ତାରିଖରେ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନା ଭୋଇ ଗିରଫ
-୨ ମହିଳା ଅଭିଯୁକ୍ତ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଉଭୟ ଗିରଫ

Advertisement

Leave a Reply

Your email address will not be published. Required fields are marked *

error: Content is protected !!