ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ଟେମେରୀ ଗ୍ରାମପଞ୍ଚାୟତ ରେ ଯାଉଥିବା ସୋଢା ଗ୍ରାମର ଜଣାଶୁଣା ଶିକ୍ଷକ ବାଲାଜୀ ରଣା ଙ୍କ ଦେହାନ୍ତ ହୋଇଯାଇଛି । ୧୭.୦୧.୧୯୫୫ ମସିହାରେ ସେ ଜନ୍ମ ଗ୍ରହଣ କରିଥିଲେ । ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କ ମଧ୍ୟରୁ ସେ ମଧ୍ୟ ଜଣେ ଭଦ୍ରବ୍ୟକ୍ତି ଭାବେ ଅଞ୍ଚଳ ବେଶ ପରିଚିତ ।

Advertisement

ତାଙ୍କ ପ୍ରଥମ ଶିକ୍ଷକତା ଆରମ୍ଭ ହୁଏ ଦୁଡକିଝର ଗ୍ରାମରୁ ।ପରେ ପାଇକମାଳ ବ୍ଳକ ଅଧିନସ୍ଥ ନାଗଡିହି,ଖୁରଶାପାଲି ଏବଂ ଶେଷରେ ଗଣ୍ଡପାଲି ୟୁ.ପି ସ୍କୁଲ ଗ୍ରାମରେ ଶିକ୍ଷକତା ପରେ ଚାକିରିରୁ ୨୦୧୩ ମସିହାରେ ଅବସର ନେଇଥିଲେ । ମୃତ୍ୟୁ ସମୟ ରେ ତାଙ୍କର ଏକମାତ୍ର ପୁଅ ସୁକାନ୍ତ, ପୁତ୍ର ବଧୂ ସୈାଦାମିନୀ, ନାତୁଣୀ ସମେତ ତାଙ୍କ ଝିଅ, ଜ୍ୱାଇଁ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସୋଢା ଗ୍ରାମ ସମେତ ଆଖପାଖ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!