ପୁଅର ସ୍ୱପ୍ନକୁ ପୁରଣ କରିବା ପାଇଁ ମା ଭିକ ମାଗି ସଞ୍ଚୟ କଲା ୮୦ହଜାର ଟଙ୍କା

ନୂଆଦିଲ୍ଲୀ -: କୁହାଯାଏ ଯେ ମାଆମାନେ ନିଜ ପିଲାମାନଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ଯେକୈାଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଥାଆନ୍ତି । ପଶ୍ଚିମବଙ୍ଗରୁ ଏମିତି ଏକ ଖବର ସାମ୍ନାକୁ ଆସିଛି । ଜଣେ ଯୁବକ ନିଜ ପସନ୍ଦର ସ୍କୁଟି କିଣିବାକୁ ଚାହୁଁଥିଲେ । ତେଣୁ ପୁଅର ଏହି ଇଚ୍ଛାକୁ ପୂରା କରିବା ପାଇଁ ମା’ ଭିକ ମାଗି ଟଙ୍କା ଏକାଠି କରିଥିଲେ ।

Advertisement

ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ବସବାସ କରୁଥିବା ରାକେଶ ପାଣ୍ଡେ ନାମକ ଜଣେ ଯୁବକ ଏକ ବଡ ବାଲ୍ଟିରେ ୮୦ ହଜାର ମୁଦ୍ରା ଏକାଠି କରି ନିକଟତମ ସୋ’ରୁମରେ ପହଞ୍ଚିଲେ । ଯୁବକଙ୍କ ହାତରେ ମୁଦ୍ରା ଭର୍ତ୍ତି ବାଲଟି ଦେଖି ସୋ’ରୁମ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ରାକେଶଙ୍କ ବିଷୟରେ ଜାଣିବା ପରେ ସୋ’ରୁମର କର୍ମଚାରୀମାନେ ସ୍କୁଟି ଦେବାକୁ ରାଜି ହୋଇଯାଇଥିଲେ । ଏହାପରେ ରାକେଶଙ୍କ ଠାରୁ ମୁଦ୍ରା ଭର୍ତ୍ତି ବାଲ୍ଟି ସଂଗ୍ରହ କରି ସୋ’ରୁମ୍ କର୍ମଚାରୀମାନେ ଚଟାଣରେ ବସି ମୁଦ୍ରା ଗଣିବା ଆରମ୍ଭ କରିଥିଲେ ।

https://youtu.be/ZrVjzJVkRF8
subscribe now

ରିପୋର୍ଟ ଅନୁଯାୟୀ, ରାକେଶ ବାହାରକୁ ଯାଇ ଶ୍ରମିକ ଭାବରେ କାମ କରୁଥିବାବେଳେ ତାଙ୍କ ମା ଭିକ ମାଗି ନିଜର ଗୁଜୁରାଣ ମେଣ୍ଟାନ୍ତି । ପୁଅ ଏକ ସ୍କୁଟି କିଣିବ ବୋଲି ସ୍ୱପ୍ନ ଦେଖିଥିଲା । ତେଣୁ ପୁଅର ଏହି ସ୍ୱପ୍ନକୁ ସାକାର କରିବା ପାଇଁ ମାଆ ଭିକ ମାଗି ଟଙ୍କା ଏକାଠି କରିଥିଲେ । ରାକେଶ କହିଛନ୍ତି, ‘ମୋର ପାଖରେ କୈାଣସି ବ୍ୟାଗ ନ ଥିବାରୁ ମୁଁ ମା’ ସଞ୍ଚୟ କରିଥିବା ମୁଦ୍ରାକୁ ଏକ ବାଲ୍ଟିରେ ଭର୍ତ୍ତି କରି ସୋ’ରୁମ ଆଣିଥିଲି । ମୁଁ ଆଶା କରି ନ ଥିଲି ଯେ ମା ମୋ ପାଇଁ ଟଙ୍କା ଜମା କରି ସ୍କୁଟି କିଣିବାକୁ କହିବେ । ଏଥିପାଇଁ ମୁଁ ବହୁତ ଖୁସି । ଭଗବାନଙ୍କୁ ଏତିକି ପ୍ରାର୍ଥନା ସବୁ ଜନ୍ମରେ ମୁଁ ମୋ ମା’ କୋଳରେ ଜନ୍ମ ନିଏ ।’

subscribe now
Advertisement

Leave a Reply

Your email address will not be published. Required fields are marked *

error: Content is protected !!