ବାଇକରେ ବସି ୭ଜଣ ଯାଉଥିଲେ ପଡିଗଲେ ପୋଲିସ ହାବୁଡରେ, ଦେଖନ୍ତୁ ତା ପରେ କଣ ହେଲା(video)

ନୂଆଦିଲ୍ଲୀ -: ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓକୁ ଦେଖି ସାଧାରଣ ଲୋକଙ୍କ ବ୍ୟତୀତ ପୁଲିସ ପ୍ରଶାସନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭିଡିଓରେ ଜଣେ ବାଇକ ଚାଳକ ୭ଜଣଙ୍କୁ ବସାଇ ବାଇକ ଚଲାଇ ଯାଉଥିବା ଦେଖିବାକୁ ମିଳୁଛି ।

Advertisement

ଯେତେବେଳେ ପୁଲିସ ବାଇକ ଆରୋହୀଙ୍କୁ ଅଟକାଇଥିଲେ ସେ ଏପରି ଉତ୍ତର ଦେଇଥିଲେ କି ପୁଲିସ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଥିବା ଏହି ଭିଡିଓକୁ ବିହାରର ଶିଓହର ଜିଲ୍ଲାର ବୋଲି କୁହାଯାଉଛି । ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ନିଜ ବାଇକରେ ୭ଜଣଙ୍କୁ ବସାଇ ନେଉଛନ୍ତି ।

https://youtu.be/ZrVjzJVkRF8

ଏହି ବାଇକରେ ୪ଜଣ ଶିଶୁ ଓ ୨ଜଣ ମହିଳା ଏବଂ ଡ୍ରାଇଭର ନିଜେ ବସିଥିବା ଦେଖିବାକୁ ମିଳୁଛି । ଆଶ୍ଚର୍ଯ୍ୟର କଥା ହେଉଛି ୭ଜଣଙ୍କୁ ବସାଇ ନେଉଥିବା ବେଳେ ବାଇକ୍ ଚାଳକ ହେଲମେଟ ବି ପିନ୍ଧି ନଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଇକ ଆରୋହୀ ଶିଓହର ଜିଲ୍ଲାର ନବାବ ଉଚ୍ଚ ବିଦ୍ୟାଳୟ ନିକଟ ଦେଇ ଯାଉଥିଲେ ।

ଏହି ସମୟରେ ତାଙ୍କୁ ଜଣେ ପୁଲିସବାବୁ ଅଟକାଇଥିଲେ । ଏହା ପରେ ପୁଲିସ କର୍ମଚାରୀ ତାଙ୍କୁ କଡ଼ା ନିନ୍ଦା ମଧ୍ୟ କରିଥିଲେ । ତେବେ ପୁଲିସ ବାବୁଙ୍କୁ ୭ଜଣ ବସାଇ ନେଇଥିବା ବାଇକ ଚାଳକ କହିଥିଲେ,‘ଜରୁରୀ କାମ ଅଛି, ସେ ଡାକ୍ତରଖାନାକୁ ଯାଉଛନ୍ତି । ତେଣୁ ତାଙ୍କୁ ନଅଟକାଇ ଛାଡ଼ି ଦିଆଯାଉ । ଏହି ଘଟଣା ପରେ ଉକ୍ତ ବାଇକ ଚାଳକଙ୍କ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜଣା ପଡିନାହିଁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!