ଭାରତ ଉପରେ ଚୀନ ଆକ୍ରମଣ କଲେ ରୁଷ୍ ସହାୟତା କରିପାରିବତ ? ଆମେରିକାର ପ୍ରଶ୍ନ

ନୂଆଦିଲ୍ଲୀ -: ଗୁରୁବାର ରାତିରେ ରୁଷର ବିଦେଶ ମନ୍ତ୍ରୀ ସର୍ଗେଇ ଇଭାନୋଭ ଭାରତ ଗସ୍ତରେ ଆସିବାକୁ ଥିବାରୁ ତାପୂର୍ବରୁ ଆମେରିକା ନିଜର ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ଦଲିପ୍ ସିଂଙ୍କୁ ଭାରତ ପଠାଇଛି । ରୁଷ ଉପରେ ନିର୍ଭର ରହିବା ଭାରତର ସୁରକ୍ଷା ପାଇଁ ବିପଜ୍ଜନକ ହୋଇପାରେ ବୋଲି ସେ କହିଛନ୍ତି ।

Advertisement

ସେ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ପରେ ରୁଷର ଅର୍ଥନୀତି ଧୀମା ହୋଇଯିବ । ଫଳରେ ଏହି ଦେଶ ଚୀନ ଉପରେ ଅଧିକ ନିର୍ଭରଶୀଳ ହୋଇଯିବ । ଏହା ଭାରତର ସୁରକ୍ଷା ପାଇଁ ବିପଜ୍ଜନକ ହୋଇପାରେ । ଚୀନ ଯଦି ଭବିଷ୍ୟତରେ ଭାରତ ଉପରେ ଆକ୍ରମଣ କରେ ରୁଷ କଣ ଭାରତ ପଛରେ ଛିଡ଼ା ହେବ ?

https://youtu.be/ZrVjzJVkRF8
subscribe now


ରୁଷ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇଁ ଆମେରିକା ସହାୟତା କରିବ ବୋଲି ସେ କହିଛନ୍ତି । ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସମଗ୍ର ବିଶ୍ୱ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଗୋଟିଏ ପଟେ ଆମେରିକା ଓ ପାଶ୍ଚାତ୍ୟ ଦେଶ ଥିବାବେଳେ ଅନ୍ୟପଟେ ରୁଷ,ଚୀନ, ଇରାନ ଆଦି ଦେଶ ରହିଛନ୍ତି । ତେବେ ଉଭୟ ରୁଷ ଓ ଆମେରିକା ସହ ସମ୍ପର୍କ ଦୃଷ୍ଟିରୁ ଭାରତ ଏପର୍ଯ୍ୟନ୍ତ ନିରପେକ୍ଷ ରହିଆସିଛି ।

subscribe now

ତେବେ ଭାରତକୁ ନିଜ ପଟକୁ ଆଣିବାକୁ ଆମେରିକା ସବୁପ୍ରକାରର କଳବଳ କୌଶଳ ଗ୍ରହଣ କରିବାରେ ଲାଗିଛି । ଭାରତ ଯେପରି ରୁଷ ଶିବିରକୁ ନଯାଏ, ସେଥିପାଇଁ ଆମେରିକା ଓ ତାହାର ମିତ୍ର ଦେଶମାନେ ଭାରତ ଉପରେ ଚାପ ପକାଇବାରେ ଲାଗିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!