ଦରବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କ ଘର ସାମ୍ନାରେ ବିକ୍ଷୋଭ ଓ ହିଂସାକାଣ୍ଡ

Creat A Revolution

ନୂଆଦିଲ୍ଲୀ -: ଉତ୍କଟ ଆର୍ôଥକ ସଙ୍କଟ ପରିଚାଳନାରେ ସରକାରଙ୍କ ଭୂମିକାର ବିରୁଦ୍ଧାଚରଣ କରି ଚାଲିଥିବା ପ୍ରତିବାଦ ହିଂସାକାଣ୍ଡ ପାଲଟିଯିବାରୁ ଗତ ବିଳମ୍ବିତ ରାତ୍ରୀରେ ଶ୍ରୀଲଙ୍କାର ପ୍ରମୁଖ ନଗରୀ କଲମ୍ବୋର କେତେକ ପ୍ରାନ୍ତରେ ପୁଲିସ କର୍ଫ୍ୟୁ ଜାରି କରିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି ।

Advertisement

ଗୁରୁବାର ବିଳମ୍ବିତ ରାତିରେ କଲମ୍ବୋ ଉପନଗରୀସ୍ଥିତ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେଙ୍କ ବ୍ୟକ୍ତିଗତ ବାସଭବନ ନିକଟରେ ଏକତ୍ର ହୋଇଥିବା ପ୍ରାୟ ୫୦୦୦ ପ୍ରତିବାଦକାରୀଙ୍କୁ ଘଉଡ଼ାଇବା ଲାଗି ପୁଲିସ ଲୁହବୁହା ବାଷ୍ପ ଏବଂ ପାଣି ମାଡ଼ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ର ଜଣେ ପ୍ରତ୍ୟକ୍ଷଦର୍ଶୀ ରିପୋର୍ଟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ମୋର୍ଟୋସାଇକେଲ୍ ହେଲ୍‌ମେଟ୍ ପିନ୍ଧିଥିବା ପ୍ରତିବାଦକାରୀମାନେ ଗୋଟାଏ ପାଚେରି ଭାଙ୍ଗି ପୁଲିସ ଉପରକୁ ଇଟା ଫିଙ୍ଗିବା ପୂର୍ବରୁ ଗୋତବୟାଙ୍କ ବାସଭବନକୁ ପଡ଼ିଥିବା ରାସ୍ତାରେ ରଖାଯାଇଥିବା ଗୋଟାଏ ବସ୍‌ରେ ନିଆଁ ଲଗାଇ ଦେଇଥିଲେ ।

Subscribe now

ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅମଲ ଏଡିରିମାନେ କହିଛନ୍ତି, ଦେଶର ବାଣିଜ୍ୟିକ ରାଜଧାନୀ କଲମ୍ବୋର ୪ଟି ପୁଲିସ ଡିଭିଜନ୍‌ରେ କର୍ଫ୍ୟୁ ଜାରି କରାଯାଇଛି ।

ଜଣେ ପୁଲିସ ମୁଖପାତ୍ର କହିଛନ୍ତି, ଗତରାତିରେ ନୁଗେଗୋଡ଼ାର ମିରିହାନାରେ ଚାଲିଥିବା ପ୍ରତିବାଦସ୍ଥଳରୁ ଜଣେ ମହିଳା ଏବଂ ୪୪ଜଣ ପୁରୁଷଙ୍କ ସମେତ ୪୫ଜଣ ପ୍ରତିବାଦକାରୀଙ୍କୁ ଗିରଫ କରାଯାଇଛି । ଜଣେ ‘ଏଏସ୍‌ପି’ଙ୍କ ସମେତ ୫ଜଣ ପୁଲିସ ଅଧିକାରୀ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଉତ୍ତ୍ୟକ୍ତ ପ୍ରତିବାଦକାରୀମାନେ ଗୋଟାଏ ପୁଲିସ ବସ୍‌, ଗୋଟାଏ ପୁଲିସ ଜିପ୍‌, ୨ଟି ମୋଟୋରସାଇକେଲ୍ ପୋଡ଼ି ପକାଇଛନ୍ତି ଏବଂ ଗୋଟାଏ ୱାର୍ଟ କ୍ୟାନନ୍ ଟ୍ରକ୍ ନଷ୍ଟ କରି ଦେଇଛନ୍ତି ।

https://youtu.be/iS36CmwJBsk
Subscribe now

ଉଲ୍ଲେଖଯୋଗ୍ୟ, ଇନ୍ଧନ ଆମଦାନି ନିମନ୍ତେ ସରକାରଙ୍କ ପାଖରେ ଯଥେଷ୍ଟ ବୈଦେଶିକ ବିନିମୟ ସମ୍ବଳ ନ ଥିବାରୁ ୨୨ ନିୟୁତ ଜନତା ଥିବା ଦ୍ୱୀପଦେଶ ଶ୍ରୀଲଙ୍କାରେ ଦୈନିକ ୧୩ ଘଣ୍ଟା ବିଜୁଳି କାଟ ହେଉଛି । ଅତ୍ୟାବଶ୍ୟକ ସାମଗ୍ରୀର ଅଭାବଜନିତ ଅସ୍ୱାଭାବିକ ଦର ବୃଦ୍ଧି ସହ ବିଜୁଳି କାଟ ଜନଜୀବନକୁ ବ୍ୟଥିତ କରିପକାଇଛି ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights