ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ଜିଲ୍ଲାରେ ୨୭ହଜାର ଚାଷୀ ଧାନ ଦେବାରେ ବିଫଳ, ‘ଖୁସି’ ଫୁଟାଇପାରିଲା ନାହିଁ ଚାଷୀଙ୍କ ମୁହଁରେ ହସ

କଟକ -: ନାଁ କୁ ଯୋଗାଣ ମନ୍ତ୍ରୀ କିନ୍ତୁ କଥା ଓ କାମ ଭିତରେ ଆକାଶ ପାତାଳ ଫରକ । ନିଜ ଜିଲ୍ଲାର ଚାଷୀଙ୍କ ସମସ୍ୟାକୁ ସୁଧାରିବାରେ ଯିଏ ବିଫଳ ସାରା ଓଡିଶାରେ କେମିତି ଚାଲିଥିବ ସ୍ପଷ୍ଟ ଜଣାପଡୁଛି ।

Advertisement


ଚାଷୀ ଯେମିତି ସୁରୁଖୁରୁରେ ସରକାରୀ ବ୍ୟବସ୍ଥାରେ ମଣ୍ଡିରେ ଆଣି ଧାନ ବିକ୍ରି କରିବେ, ଆକାଉଣ୍ଟକୁ ସିଧାସଲଖ ଧାନ ବିକ୍ରି ଟଙ୍କା ଯିବ, ଦଲାଲ ବ୍ୟବସ୍ଥା ହଟିବ… ସେଥିପାଇଁ ଗତବର୍ଷ କଟକ ଜିଲ୍ଲା ପ୍ରଶାସନ ‘ଖୁସି’ ଯୋଜନା ଆରମ୍ଭ କରିଥିଲା । ହେଲେ ଯୋଜନାଟି ସେହିବର୍ଷ ହିଁ ବନ୍ଦ ହୋଇଗଲା । ଫଳରେ ଯୋଜନା ହୋଇଥିବା ବର୍ଷ (୨୦୨୧) ରେ ବି ଟୋକନ୍ ଥିବା ସତ୍ତ୍ୱେ ୧୧,୭୪୮ ଚାଷୀ ଟୁକୋନ୍ ଥାଇ ବି ଧାନ ବିକ୍ରି କରିପାରିଲେନି । ଚଳିତବର୍ଷ ‘ଖୁସି’ ଯୋଜନା ବନ୍ଦ ହୋଇଥିବାରୁ ୧୫,୭୨୮ଚାଷୀ ବିକ୍ରି କରିପାରିଲେନି ଧାନ ।

https://youtu.be/iS36CmwJBsk
subscribe now

ଦୁଇବର୍ଷରେ କଟକ ଜିଲ୍ଲାରେ ୨୭ହଜାର ୪୭୬ଜଣ ଚାଷୀ ବିକ୍ରି କରିପାରିଲେନି ଧାନ । କେବଳ ସେତିକି ନୁହେଁ ଗତବର୍ଷ ଅପେକ୍ଷା ଚଳିତବର୍ଷ କମ୍ ଧାନ ସଂଗ୍ରହ ମଧ୍ୟ ହୋଇଛି କଟକରେ । ୧ଲକ୍ଷ ୯ହଜାର କ୍ୱିଣ୍ଟାଲ ଧାନ କମ୍ ସଂଗ୍ରହ କରାଯାଇଛି । ଖୋଦ୍ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ଯଦି ଧାନ ସଂଗ୍ରହର ସ୍ଥିତି ଏମିତି ହୁଏ ତା’ହେଲେ ରାଜ୍ୟରେ ସ୍ଥିତି କଣ ଥିବ ତାହା ସହଜେ ଅନୁମେୟ । ରେକର୍ଡ ପରିମାଣର ଧାନ ସଂଗ୍ରହ ହୋଇଥିବା ସରକାର କହୁଥିବା ବେଳେ କଟକର ଚିତ୍ର ଏତେ ବିକଳ କାହିଁକି ତାହା ବୁଝା ପଡ଼ୁନାହିଁ ।

subscribe now

କଟକ ଜିଲ୍ଲାରେ ଚଳିତ ଖରିଫ୍ ଋତୁରେ ଧାନ ବିକ୍ରି ପାଇଁ ୬୬ହଜାର ୬୪୦ ଚାଷୀ ପଞ୍ଜୀକରଣ କରିଥିଲେ । ସମସ୍ତ ଚାଷୀଙ୍କୁ ଟୋକନ ମଧ୍ୟ ମିଳିଥିଲା । କିନ୍ତୁ ଧାନ ସଂଗ୍ରହ ଶେଷ ଦିନରେ ମାତ୍ର ୫୦,୯୧୨ଜଣ ଚାଷୀଙ୍କଠାରୁ ୧୫ଲକ୍ଷ ୨୨ହଜାର ୨୧୨ କ୍ୱିଣ୍ଟାଲ ଧାନ କିଣା ହୋଇଥିବା ଯୋଗାଣ ବିଭାଗ ତଥ୍ୟରୁ ଜଣାପଡିଛି । ମିଲର ସମସ୍ୟା, ଧାନର ମାନ ନେଇ ଆପତ୍ତି ତଥା ବିଭିନ୍ନ କାରଣରୁ ଧାନ ସଂଗ୍ରହ କମିଥିବା କୁହାଯାଉଥିବା ବେଳେ ବାସ୍ତବରେ ଏହାର ସ୍ଥିତି କିନ୍ତୁ ପ୍ରାଥମିକସ୍ତରରେ ଯାଞ୍ଚ ବା ତଦାରଖ କରାଯାଉନି । ଜିଲ୍ଲାବାହାରୁ ମିର୍ଲଙ୍କୁ ସରକାର ନିଯୁକ୍ତ କରୁଥିବା ବେଳେ ସେମାନେ ଠିକ୍ ଢଙ୍ଗରେ ଆସୁନାହାନ୍ତି କି’ ପ୍ରଶାସନ ଅଥବା ଯୋଗାଣ ନିଗମ ଏହା ଉପରେ କିଛି ପଦକ୍ଷେପ ନେଉନି । ଧାନ କିଣା ପ୍ରକ୍ରିୟା ସରିବା ପରେ ଏହାର ତର୍ଜମା ବି କରାଯାଉନି । ମାର୍ଚ୍ଚ ୩୧, ଆଜି ସାରା ରାଜ୍ୟରେ ଧାନସଂଗ୍ରହ କାର୍ଯ୍ୟ ସରିଥିବା ବେଳେ କଟକରେ ଟୋକନ୍ ଥାଇ ବି ୧୫,୭୨୮ଜଣ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । ସେହିପରି ଗତବର୍ଷ କଟକ ଜିଲ୍ଲାରେ ୬୧ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ । ସେଥିରୁ ୧୧, ୭୪୮ଚାଷୀ ଟୋକନ୍ ଥାଇ ବି ଧାନ ବିକ୍ରି କରିପାରି ନଥିଲେ । ତେବେ ସେହିବର୍ଷ ଚାଷୀଙ୍କଠାରୁ ୧୬ଲକ୍ଷ ୩୨ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା । କଟକରେ ଧାନ କିଣା ବ୍ୟବସ୍ଥା ବ୍ୟବସ୍ଥିତ ହୋଇପାରୁନି । ଗତବର୍ଷ ତୁଳନାରେ ଚଳିତବର୍ଷ ୧ଲକ୍ଷ ୯ହଜାର ୭୮୮ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କମିଛ

Advertisement

Leave a Reply

Your email address will not be published. Required fields are marked *

error: Content is protected !!