ସମବାୟ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର -: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ନିୟନ୍ତ୍ରୀତ ବଜାର କମିଟିର ଇନିସପେକ୍ଟର ତଥା ସମବାୟ ସମିତି ସମ୍ପାଦକ ବନମାଳି ନାୟକଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ ।

Advertisement

ଭିଜିଲାନ୍ସ ଟିମ୍ ଏକକାଳୀନ ବନମାଳିଙ୍କ ବାସ ଭବନ ସମେତ ୫ଟି ସ୍ଥାନରେ ଚଢ଼ାଉ କରୁଛି । ଏହି ଚଢ଼ାଉରେ ୫ ଜଣ ଡିଏସପି, ୭ଜଣ ଇନିସପେକ୍ଟର, ୪ ଏଏସ୍‌ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ରହିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା କେନ୍ଦୁପଡ଼ାର ତାଳଶଙ୍କର ମୌଜାରେ ଥିବା ଦୁଇଟି ଘର ଅର୍ଥାତ୍ ଗୋଟିଏ ଦୁଇ ମହଲା ଓ ଗୋଟିଏ ୩ ମହଲା ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ସେହିପରି ସୁନ୍ଦରଗଡ଼ ସହରରେ ଥିବା କାର୍ଯ୍ୟାଳୟ, କୁକୁରୀଡିହିରେ ଥିବା ଘର ଓ ଲେଫ୍ରିପଡ଼ାରେ ଥିବା ସମ୍ପର୍କୀୟ ଘରେ ମଧ୍ୟ ତନାଘନା କରୁଛି ଭିଜିଲାନ୍ସ । ତେବେ ଏଯାଏ ବନମାଳିଙ୍କ ସମ୍ପତ୍ତିକୁ ନେଇ କୌଣସି ସୂଚନା ଦେଇନାହିଁ ଭିଜିଲାନ୍ସ ।

Advertisement

Leave a Reply

Your email address will not be published. Required fields are marked *