ଜଳ ସଂଙ୍କଟ ଦୁର ନହେଲେ ଅନ୍ଦୋଳନ, ବିଜେପିର ଚେତାବନୀ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ପଦ୍ମପୁର N.A.C ସାଂସଦ ପ୍ରତିନିଧି ତଥା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ଚିନ୍ମୟ କୁମାର ପଣ୍ଡାଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତନିଧି ଦଳ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି । ପଦ୍ମପୁର ସହରରେ ପିଇବା ପାଣିର ସମସ୍ୟା ଦୀର୍ଘ ଦିନରୁ ରହିଆସିଛି, ସମୟ ସମୟରେ ବିଭିନ୍ନ ପଡ଼ାବାସୀ ବାରମ୍ବାର ଆନ୍ଦୋଳନ କରୁଥିବା ସତ୍ତ୍ବେ କିଛି ସୁଫଳ ମିଳୁନାହିଁ ।

Advertisement

ପଦ୍ମପୁର ସହରର ମେହେର ପଡ଼ା, କୁମ୍ଭାରପଡ଼ା, କଣ୍ଟାପଡ଼ାରେ ପାନୀୟ ଜଳର ସମସ୍ୟା ସାଂଘାତିକ ଅଟେ । ଏ ଅଞ୍ଚଳର ଲୋକମାନେ ପ୍ରାୟ ଏକ କିଲୋମିଟର ଦୂର ପ୍ରାଇଭେଟ ବସଷ୍ଟାଣ୍ଡକୁ ପିଇବା ପାଣି ଆଣିବା ପାଇଁ ଯାଇଥାନ୍ତି । ସେଠୁ ପାଣି ଆଣିଲେ ଯାଇ ଘର ମାନଙ୍କରେ ରୋଷେଇ ହୋଇଥାଏ । ଗ୍ରୀଷ୍ମମାସ ଆରମ୍ଭ ହେଲାଣି ତେଣୁ ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବାକୁ ଯାଉଛି । ଏ ସମସ୍ୟାର ସମାଧାନ ପାଇଁ ଆଜି ବିଜେପି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଆଗାମୀ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ନହେଲେ ଆଗାମୀ ୧୦ ତାରିଖରୁ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣାରେ ବସିବା ପାଇଁ ଚେତାବନୀ ଦିଆଯାଇଛି । ପ୍ରତିନିଧି ଦଳରେ ଶ୍ରୀଯୁକ୍ତ ଚିନ୍ମୟ କୁମାର ପଣ୍ଡା ଙ୍କ ସମେତ କାଉନସିଲର ଶ୍ରୀମତୀ ପ୍ରମିଳା ମେହେର, ଆଇନଜୀବୀ ଆଦିତ୍ୟ କୁମାର ରଥ, ପ୍ରମୋଦ କୁମାର ମେହେର,କେତନ ମେହେର,କ୍ଷୀରୋଦ୍ର ରଣା, ଅର୍ଜୁନ ରଣା,ସେବକ ମେହେର, ପାଣ୍ଡବ ମେହେର ପ୍ରମୁଖ ସାମୀଲ ଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!