ଅଣାୟତ ଇନ୍ଧନ ଦର, ୧୦ ଟଙ୍କା ବଢିଲା

ନୂଆଦିଲ୍ଲୀ -: ଆଜି ମଧ୍ୟ ସମଗ୍ର ଦେଶରେ ପୁଣି ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ଏହାକୁ ମିଶାଇ ୧୬ ଦିନରେ ଉପରୋକ୍ତ ଇନ୍ଧନ ମୂଲ୍ୟ ଲିଟର ପିଛା ୧୦ ଟଙ୍କା ବୃଦ୍ଧି ପାଇଛି ।

Advertisement

ଆଜି ସକାଳ ୬ଟା ବେଳଠାରୁ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ଟ. ୧୦୫.୪୧ ଏବଂ ଡିଜେଲ୍ ଲିଟର ପିଛା ଟ. ୧୦୪.୬୧ରେ ବିକ୍ରୟ ହେଉଛି । ମୁମ୍ବାଇରେ ପେଟ୍ରୋଲ୍ ଲିଟର ପିଛା ଟ. ୧୨୦.୫୧ ଏବଂ ଡିଜେଲ୍ ଟ. ୧୦୪.୭୭ରେ ବିକ୍ରୟ ହେଉଛି । ସେହିପରି, ଚେନ୍ନାଇରେ ପେଟ୍ରୋଲ୍ ଲିଟର ପିଛା ଟ. ୧୧୦.୦୯ ଏବଂ ଡିଜେଲ୍ ଲିଟର ପିଛା ଟ. ୧୦୦.୧୮ ବିକ୍ରୟ ହେଉଛି ।

କୋଲ୍‌କାତାରେ ପେଟ୍ରୋଲ୍ ଲିଟର ପିଛା ଦର ଟ. ୧୧୪.୨୮ ଥିବା ବେଳେ ଡିଜେଲ୍ ଲିଟର ପିଛା ଦର ଟ. ୯୯.୦୨ରେ ବିକ୍ରି ହେଉଛି । ସାଢ଼େ ୪ ମାସ ଅପରିବର୍ତ୍ତିତ ରହିବାପରେ ମାର୍ଚ୍ଚ ୨୨ ଠାରୁ ଇନ୍ଧନ ଦର ବୃଦ୍ଧି ପାଇବାରେ ଲାଗିଛି । ଆଜି ହେଉଛି ଇନ୍ଧନ ଦରର ୧୪ଶ ବୃଦ୍ଧି । ସେହି ହିସାବରେ ମୋଟାମୋଟି ପେଟ୍ରୋଲ୍ ଓ ଡିଜେଲ୍ ଦର ଟ. ୧୦ ବୃଦ୍ଧି ପାଇଲାଣି । ଭାରତରେ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ ଇନ୍ଧନର ଚାହିଦା, ଡର୍ଲା ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଏବଂ ତୈଳଶୋଧନାଗାରର ବ୍ୟବହାର ଉପରେ ନିର୍ଭର କରେ । ଏହାଛଡ଼ା, ‘ଭାଟ୍‌’ ଏବଂ ପରିବହନ ମୂଲ୍ୟ ଆଧାରରେ ରାଜ୍ୟ ରାଜ୍ୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ତଫାତ୍ ଦେଖା ଦେଇଥାଏ । ଉଲ୍ଲେଖଯୋଗ୍ୟ, ୨୦୨୧ ନଭେମ୍ବର ୪ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ୍ ଉପରୁ ଟ.୫/- ଏବଂ ଡିଜେଲ୍ ଉପରୁ ଟ.୧୦/- ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ପରେ କେତେକ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ୍ ଓ ଡିଜେଲ୍ ଦର ଉପରୁ ‘ଭାଟ୍‌’ ହ୍ରାସ କରିବା ଫଳରେ ମୋର୍ଟୋ ଯାନ ମାଲିକମାନେ ଆଶ୍ୱସ୍ତ ହୋଇଥିଲେ ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଲୋକସଭାରେ କହିଛନ୍ତି ଯେ, ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପରେ ପରେ କେତେକ ବିକଶିତ ରାଷ୍ଟ୍ରରେ ପେଟ୍ରୋଲ୍ ଦର ୫୦%ରୁ ଅଧିକ ବୃଦ୍ଧି ପାଇଥିବା ବେଳେ ଭାରତରେ ମାତ୍ର ୫% ବୃଦ୍ଧି ପାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!