ଯାଜପୁରରେ ପାନୀୟ ଜଳ ପ୍ରକଳ୍ପରେ ମହାଦୁର୍ନୀତି, ଯନ୍ତ୍ରୀ ବିଡିଓ ଓ ପିଇଓଙ୍କୁ ନୋଟିସ ଜାରି

ଯାଜପୁର : ଯାଜପୁର ଆରଡବ୍ଲୁଏସ୍‌ଏସ୍ ଡିଭିଜନ୍‌(ଚଣ୍ଡିଖୋଲ) ଜରିଆରେ ଗ୍ରାମାଞ୍ଚଳବାସୀଙ୍କୁ ପିଇବା ପାଣି ଯୋଗାଇ ଦେବା ନାମରେ ଶହ ଶହ କୋଟି ଟଙ୍କାର ମହାଦୁର୍ନୀତିର ପେଡ଼ି ଖୋଲିବାରେ ଲାଗିଛି । ମିଥ୍ୟା କାଗଜପତ୍ରରେ ସରକାରଙ୍କୁ ଅଧିକାରୀମାନେ ବର୍ଷ ବର୍ଷ ଧରି ଭୁଆଁ ବୁଲାଇ ଚାଲିଛନ୍ତି । ଲୋକମାନଙ୍କୁ ପାଣି ଯୋଗାଣ ଦେଉଥିବାର ଡାହା ମିଛ କଥା କହିଛନ୍ତି ।

Advertisement

ପାଣି ଯୋଗାଣ ଦୂର କଥା ଓଭରହେଡ୍ ଟାଙ୍କିକୁ ପାଣି ପାଇପ ସଂଯୋଗ ହୋଇନାହିଁ । ଅପରପକ୍ଷରେ ପ୍ରକଳ୍ପ ଚାଲିନଥିବାବେଳେ ବିଦ୍ୟୁତ ବିଲ୍ ବି ପଇଠ କରାଯାଇଛି । ଏହି ବିଦ୍ୟୁତ ବିଲ୍ କାହାର? ଏହି ସବୁ ସଂଘାତିକ ଦୁର୍ନୀତିକୁ ନେଇ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ । ଲୋକାୟୁକ୍ତ ଏହି ମାମଲକୁ ବିଚାର ପାଇଁ ଗ୍ରହଣ କରି ଆଜି ଆରଡବ୍ଲୁଏସ୍‌ଏସ୍ ଡିଭିଜନ(ଚଣ୍ଡିଖୋଲ)ର ଅଧୀକ୍ଷଣ ଯନ୍ତ୍ରୀ, ଧର୍ମଶାଳା ବିଡିଓ ଏବଂ କମାଗଡ ପଞ୍ଚାୟତ ପିଇଓଙ୍କୁ ଜବାବ ରଖିବା ପାଇଁ ନୋଟିସ୍ ଜାରି କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗ୍ରାମାଞ୍ଚଳ ଲୋକମାନେ ପିଇବା ପାଣି ପାଇଁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଥଚ ଲୋକଙ୍କୁ ପାଇପ୍‌ରେ ପାନୀୟ ଜଳ ଯୋଗାଣ ହେଉଥିବାର ଡାହା ମିଛ ତଥ୍ୟ ଦର୍ଶାଇ ଯାଜପୁର ଆରଡବ୍ଲୁଏସ୍‌ଏସ୍‌(ଚଣ୍ଡିଖୋଲ) ଡିଭିଜନ ସରକାରଙ୍କୁ ବିଭ୍ରାନ୍ତ କରିବା ସହିତ ଲୋକମାନଙ୍କୁ ମାସ ମାସ ଧରି ଠକିଛନ୍ତି । ଯାହାକୁ ନେଇ ଲୋକାୟୁକ୍ତରେ ସୂଚନା ଅଧିକାର କର୍ମୀ ଶ୍ରୀ ବେହୁରା କରିଥିବା ଅଭିଯୋଗ ଉପରେ ଲୋକାୟୁକ୍ତ ଆଜି ଶୁଣାଣି କରିଛନ୍ତି । ପ୍ରକଳ୍ପରେ ହୋଇଥିବା ହେରଫେର ସମ୍ପର୍କରେ ତଥ୍ୟ ରଖିବା ପାଇଁ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ, ଧର୍ମଶାଳା ବିଡିଓ ଏବଂ କମାଗଡ଼ା ପଞ୍ଚାୟତ ପିଇଓଙ୍କୁ ନୋଟିସ୍ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!