ବିବାହ ପୂର୍ବରୁ ଝଟକା ଦେଲେ ଆଇଏଏସ ଟିନା ଓ ତାଙ୍କ ଭାବି ସ୍ୱାମୀ

ନୂଆଦିଲ୍ଲୀ -: ୨୦୧୫ର ଆଇଏଏସ ଟପ୍ପର ଟିନା ଡାବି ପୁଣି ଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ସେ ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିବେ । ତେବେ ବିବାହ ପୂର୍ବରୁ ଦୁହେଁ ବଡ଼ ନିଷ୍ପତ୍ତି ନେଇଛନ୍ତି ।

Advertisement

ଦୁହେଁ ସୋସିଆଲ ମିଡିଆରୁ ଦୂରେଇ ଯାଇଛନ୍ତି । ଟିନା ଡାବି ନିଜର ଇନଷ୍ଟାଗ୍ରାମ ଓ ଫେସବୁକ ଆକାଉଣ୍ଟକୁ ଡିଏକ୍ଟିଭେଟ କରି ଦେଇଛନ୍ତି । ସେହିପରି ପ୍ରଦୀପ ଗାୱାଣ୍ଡେ ବି ଇନଷ୍ଟାଗ୍ରାମରୁ ଦୂରେଇ ଯାଇଛନ୍ତି । ଟିନା ଡାବି ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ନୂଆ ସାଥୀଙ୍କ ସହ ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

ଇନଷ୍ଟାଗ୍ରାମରେ ଡାବିଙ୍କ ୧.୫ ମିଲିୟନ ଫଲୋୟର୍ସ ଥିବା ସହିତ ଫେସବୁକ ପେଜରେ ତାଙ୍କ ସହ ଲକ୍ଷାଧିକ ଲୋକ ଯୋଡ଼ି ହୋଇ ରହିଥିଲେ । ସେହିପରି ପ୍ରଦୀପ ଗାୱାଣ୍ଡେଙ୍କୁ ଇନଷ୍ଟାଗ୍ରାମରେ ୪୦ହଜାରରୁ ଅଧିକ ଲୋକ ଫଲୋ କରନ୍ତି । କିନ୍ତୁ ଦୁହେଁ ଏବେ ସୋସିଆଲ ମିଡିଆକୁ ଅଲବିଦା କହିଛନ୍ତି । ତେବେ ଦୁହେଁ ଏପରି କାହିଁକି କରିଛନ୍ତି ସେ ନେଇ କୈାଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ତେବେ ଆଇଏଏସ ଦମ୍ପତ୍ତିଙ୍କ ଏଭଳି ପଦକ୍ଷେକ ତାଙ୍କ ପ୍ରଶଂସକଙ୍କୁ ଝଟକା ଦେଇକ୍ତି ।

watch now

ଟିନା ଡାବିଙ୍କ ଭାବି ସ୍ୱାମୀ ପ୍ରଦୀପ ଗାୱାଣ୍ଡେ ରାଜସ୍ଥାନ କ୍ୟାଡରର ୨୦୧୩ ବ୍ୟାଚ୍ ଆଇଏଏସ ଅଧିକାରୀ ରହିଛନ୍ତି । ବର୍ତ୍ତମାନ ସେ ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ପଦରେ ଅଛନ୍ତି । ଏହାପୂର୍ବରୁ ଟିନା ଡାବି ୨୦୧୮ ମସିହାରେ ଆଇଏଏସ୍ ଅଥର ଖାନଙ୍କୁ ବିବାହ କରିଥିଲେ । ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅଥର ଖାନ । ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ପରେ ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ବାଛି ନେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!