ମତେ ପାକିସ୍ଥାନରେ ମାରିଦେବେ, ଭାରତ ଯିବା ପାଇଁ ନିବେଦନ କଲେ ଦୁଷ୍କର୍ମ ପିଡିତା

ମୁଜାଫରବାଦ୍ -: ଗତ ୭ ବର୍ଷ ହେବ ବିଚାର ପାଇଁ ସଂଗ୍ରାମ ଚଳାଇଥିବା ପାକିସ୍ତାନ ଅଧିକୃତ କଶ୍ମୀରର ଜଣେ ଗଣଦୁଷ୍କର୍ମ ପୀଡ଼ିତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହାଯ୍ୟ ଲୋଡୁଛନ୍ତି । ପିଡ଼ୀତା ଓ ତାଙ୍କ ପିଲାମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଭାରତରେ ଆଶ୍ରୟ ଏବଂ ସୁରକ୍ଷା ନିମନ୍ତେ ନିବେଦନ କରିଛନ୍ତି ।

Advertisement

ଆବେଗଭରା ଭିଡିଓ ବାର୍ତ୍ତାରେ ମାରିଆ ତାର୍ହି ନାମକ ସେ ପୀଡ଼ିତାଜଣକ କହିଛନ୍ତି, ମୁଁ ହେଉଛି ୭ ବର୍ଷ ହେଲା ବିଚାର ପାଇଁ ସଂଗ୍ରାମ ଚଳାଇଥିବା ଜଣେ ଗଣଦୁଷ୍କର୍ମ ପୀଡ଼ିତା । ପାକ୍‌-ଅଧିକୃତ ଜମ୍ମୁ ଓ କଶ୍ମୀର ପୁଲିସ, ସରକାର ଏବଂ ବିଚାର ବିଭାଗ ମୋତେ ବିଚାର ଦେବାରେ ଅସମର୍ଥ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମତେ ଭାରତ ଯିବା ଲାଗି ଅନୁମତି ଦେବାକୁ ଏହି ଭିଡିଓ ଜରିଆରେ ମୁଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁହାରି କରୁଛି । ମୋ ପିଲାମାନଙ୍କୁ ହତ୍ୟା ଧମକ ଦିଆଯାଉଛି ।

watch now (subscribe your chanel)

ଯେକୈାଣସି ସମୟରେ ସ୍ଥାନୀୟ ପୁଲିସ ଏବଂ ବରିଷ୍ଠ ରାଜନେତା ଚୈାଧୁରୀ ତାରିକ୍ ଫାରୂକ୍ ମୋତେ ଓ ମୋ ପିଲାମାନଙ୍କୁ ହତ୍ୟା କରିପାରନ୍ତି । ଆମକୁ ଆଶ୍ରୟ ଏବଂ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିବାକୁ ଚାହୁଁଛି । ୨୦୧୫ରେ ଏଭଳି ଘୃଣ୍ୟ ଅପରାଧ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ କଠୋର ଶାସ୍ତି ଦିଆଇବା ପାଇଁ ମାରିଆ ଏଠାରୁ ସେଠାକୁ ଯାଇ ବୃଥା ଚେଷ୍ଟା କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ଏକ ଭିଡିଓରେ ଘଟଣା ବିଷୟରେ ବର୍ଣ୍ଣନା କରି ସେ କହିଥିଲେ, ହାରୂନ୍ ରଶିଦ୍‌, ମାମୂନ୍ ରଶିଦ୍‌, ଜମୀଲ୍ ଶାଫି, ୱାକସ୍ ଆଶ୍‌ରଫ୍‌, ସନମ୍ ହାରୂନ୍ ଏବଂ ଆହୁରି ୩ଜଣ ମୋ ସହିତ ହୋଇଥିବା ଗଣଦୁଷ୍କର୍ମରେ ସମ୍ପୃକ୍ତ ଅଟନ୍ତି ।

watch now (subscribe your chanel)

ପୁଲିସ ଏବଂ ସ୍ଥାନୀୟ ରାଜନେତାଙ୍କୁ ନିବେଦନ କରି ମଧ୍ୟ ମାରିଆ ବିଚାର ପାଇବାରେ ବିଫଳ ହୋଇଛନ୍ତି । ପାକିସ୍ତାନ ଅଧିକୃତ କଶ୍ମୀରର ପ୍ରଧାନ ବିଚାରପତିଙ୍କ ସମେତ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନଙ୍କୁ ଅନେକ ଥର ପତ୍ର ଲେଖିଥିଲେ । କିନ୍ତୁ, ସେ ଜଣେ ବିବାହିତ ମହିଳା ବୋଲି କୁହାଯାଇ ଅପମାନଜନକ ଉତ୍ତର ଆସିଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!