ନିଦ୍ଧାରୀତ ସମୟରେ ସ୍କୁଲ ଆସିଲେନି ଶିକ୍ଷକ, ଛୋଟ ପିଲାମାନେ ଆସି ଗେଟ୍ ବାହାରେ ଜଗିରହିଲେ

କୋକସରା -: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୫ଦିନ ଧରି ସ୍କୁଲ ଛୁଟି ରହିବା ପରେ ସୋମବାର ଠାରୁ ସକାଳୁଆ ସ୍କୁଲ ଖୋଲିଛି । ଏବେ ସକଳା ୬ଟା ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା ତୁନଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କ ଅବହେଲା ଓ ନିଦ୍ଧାରୀତ ସମୟରେ ସ୍କୁଲକୁ ନ ଆସିବାରୁ ଛାତ୍ରଛାତ୍ରୀ ମାନେ ଦିର୍ଘ ୧ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ସୋମବାର ସ୍କୁଲ ସାମ୍ନାରେ ଶିକ୍ଷକଙ୍କୁ ଜଗି ରହିଥିଲେ ।

Advertisement

ପରେ ଜଣେ ଶିକ୍ଷକ ୭ଟା ପରେ ଆସି ସ୍କୁଲ ଖୋଲିଥିବା ଜଣାପଡିଛି । ବିଭିନ୍ନ ସମୟରେ ଏହି ବିଦ୍ୟାଳୟର ଶିକ୍ଷକ ମାନେ ଠିକ୍ ସମୟରେ ସ୍କୁଲ ଆସୁ ନଥିବା ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଛି । ତେବେ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଆସି ଦିର୍ଘ ୧ ଘଣ୍ଟାରୁ ଉର୍ଦ୍ଧ ସମୟ ଶିକ୍ଷକ ମାନଙ୍କୁ ଅପେକ୍ଷା କରିଥିବା ଘଟଣାକୁ ଅଭିଭାବକ ଓ ଗ୍ରାମବାସୀ ନା ପସନ୍ଦ କରିବା ସହ କାର୍ଯ୍ୟରେ ଅବହେଲା କରୁଥିବା ଶିକ୍ଷକ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍କ ଶବରଙ୍କ ପ୍ରତିକ୍ରିୟା ନେବାରୁ ଦୂରରୁ ଆସୁଥିବା ରୁ ୫/୧୦ ମିନିଟ ବିଲମ୍ବ ହୋଇଛି । ଘଣ୍ଟେ ସମୟ ବିଲମ୍ବ ହୋଇଥିବା କଥାକୁ ଏଡାଇ ଦେଇଥିଲେ । ସେହିପରି ସିଆର୍‌ସିସି ପ୍ରଶାନ୍ତ ଶବରଙ୍କ ପ୍ରତିକ୍ରିୟା ନେବାରୁ ବର୍ତ୍ତମାନ ସ୍କୁଲ ଖୋଲା ହୋଇ ସାରିଛି । ପୂର୍ବରୁ ମଧ୍ୟ ଏହି ବିଦ୍ୟାଳୟରେ କିଛି ଅଭିଯୋଗ ଆସିଛି ଆମେ ସମିକ୍ଷା ବୈଠକରେ ସେମାନଙ୍କୁ ତାଗିଦ ମଧ୍ୟ କରିଛୁ ବୋଲି କହିଛନ୍ତି । ଏପଟେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ରମାକାନ୍ତ ଦାସ କହିଛନ୍ତି ସର୍ଜମିନ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisement

Leave a Reply

Your email address will not be published. Required fields are marked *