ପୋଲିସ ମାଡରେ ଯୁବକଙ୍କ ମୃତ୍ୟୁ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା -: ପୁଲିସ ମାଡରେ ଯୁବକଙ୍କ ମୃତ୍ୟୁ ଏଭଳି ଏକ ସଙ୍ଗିନ ଘଟଣା ଘଟିଛି ପାରାଦୀପ୍ ଅଭୟଚାନ୍ଦପୁର ଥାନାରେ l ବାଡ଼େଇ ବାଡ଼େଇ ମାରିଦେଲେ, ଆଉ ପ୍ରମାଣ ନଷ୍ଟ କରିବାକୁ ଯାଇ ରାତି ରାତି ନେଇ ଜଗତସିଂହପୁର ସଦର ମହକୁମାରେ ଶବକୁ ପୋଷ୍ଟମର୍ଟମ କରି ଦେଲେ l

Advertisement

ପାରାଦୀପ୍ ଅଠରବାଙ୍କୀର ମନୋରଞ୍ଜନ ବେଡି ନାମକ ଏକ ଯୁବକକୁ ଗତକାଲି ସନ୍ଧ୍ୟାରେ ଅଭୟଚାନ୍ଦପୁର ପୋଲିସ ଉଠାଇ ନେବା ପରେ ତାକୁ ଥାନା ଭିତରେ ଅତର୍କିତ ମାଡ ମାରିଥିବା ଓ ପୋଲିସ ମାଡରେ ତାର ମୃତ୍ୟୁ ହୋଇଥିବା ତାର ବାପା ପ୍ରହଲ୍ଲାଦ ବେଡି ଅଭିଯୋଗ ଗଣମାଧ୍ୟମ ଆଗରେ ବାଢିଥିଲେ | ପୋଲିସ ପ୍ରଥମେ ମନୋରଞ୍ଜନକୁ ଅଠରବାଙ୍କୀ ହସପିଟାଲ ଓ ସେଠାରୁ ଜଗତସିଂହପୁର ନେଇ କାହାକୁ ଶବ ନିକଟକୁ ଛାଡିନଥିଲା l

ଆଉ ରାତି ରାତି ସବୁ ପ୍ରମାଣ ନଷ୍ଟ କରିବାକୁ ଯାଇ ରାତି ଅଧରେ ପୋଷ୍ଟମର୍ଟମ ମଧ୍ଯ କରାଗଲା l ଯାହାକୁ ନେଇ ଏବେ ଉଠିଛି ବିରାଟ ପ୍ରଶ୍ନ l ଢିଙ୍କିଆରେ ସାଧାରଣ ଲୋକଙ୍କୁ ମାଡ ଓ ପୁରୀ ବାସେଳୀସାହି ହାଜତ ମୃତ୍ୟୁ ରେ ବିବାଦ ରେ ଛନ୍ଦିହୋଇଥିବା ଅଭୟଚାନ୍ଦପୁର ଥାନାର ଆଇ ଆଇ ସି ଜୀବନ ଜେନାଙ୍କ ଏହା ଆଉ ଏକ କଳାକାରନାମା ବୋଲି ସାଧାରଣରେ ଆଲୋଚନା ହେଉଛି l

Advertisement

Leave a Reply

Your email address will not be published. Required fields are marked *

error: Content is protected !!