ବିଜେପି ନେତ୍ରୀଙ୍କ ଆନ୍ତର୍ଜାତିକ ସେକ୍ସ୍ ରାକେଟ୍ , ପାପ ଲୁଚାଇବା ରାସ୍ତାରୁ ହଟାଇଦେଲେ ନିଜ ସ୍ୱାମୀଙ୍କୁ


ନୂଆଦିଲ୍ଲୀ -: ଆନ୍ତର୍ଜାତିକ ସେକ୍ସ୍ ରାକେଟ୍ ସହ ଥିବା ସମ୍ପୃକ୍ତିକୁ ଲୁଚାଇବାକୁ ସ୍ୱାମୀ ଦୀପକ ସିଂହ ଗୈାର ଶ୍ୱେତାଙ୍କୁ ହତ୍ୟା କରିଛନ୍ତି ବୋଲି ‘ବିଜେପି’ ନେତ୍ରୀ ଶ୍ୱେତା ସିଂହ ଗୈାରଙ୍କ ପରିବାର ଲୋକେ କହିଛନ୍ତି । ଗତ ବୁଧବାର ଦିନ ଉତ୍ତର ପ୍ରଦେଶର ବାନ୍ଦାସ୍ଥିତ ବାସଭବନରେ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା ଶ୍ୱେତା ଭୀତତ୍ରସ୍ତ ହୋଇ ଜୀବନଯାପନ କରୁଥିଲେ ।

Advertisement

ତେଣୁ, ପ୍ରମାଣ ଭାବେ ଉପସ୍ଥାପନ କରିବା ଲାଗି ସ୍ୱାମୀଙ୍କର ଫୋନ୍ କଲ୍ ସବୁ ରେକର୍ଡ କରୁଥିଲେ ବୋଲି ତାଙ୍କ ପରିବାରର ଲୋକମାନେ କହିଛନ୍ତି । ରୁଷ୍‌, ମୋରୋକୋ ଓ ଆଫ୍ରିକୀୟ ଝିଅ ପାଇଁ ଦୀପକ ଦଲାଲମାନଙ୍କ ସହିତ ମୂଲଚାଲ କରୁଥିବା କଥା ମଧ୍ୟ ଶ୍ୱେତା ରେକର୍ଡ କରିଛନ୍ତି । ଦୀପକଙ୍କର ଆନ୍ତର୍ଜାତିକ ସେକ୍ସ ରାକେଟ୍ ସହ ସମ୍ପୃକ୍ତି ଥାଇପାରେ ବୋଲି ଏଥିରୁ ଜଣାପଡୁଛି । ମୃତ୍ୟୁ ପୂର୍ବରୁ ଶ୍ୱେତାସିଂହ ଗୈାର ଉକ୍ତ ଅଡିଓ ରେକର୍ଡିଙ୍ଗ୍‌ଗୁଡ଼ିକୁ ତାଙ୍କ ପରିବାରବର୍ଗଙ୍କ ପାଖକୁ ପଠାଇଥିଲେ । ରୁଷୀୟ ଯୈାନକର୍ମୀଙ୍କ ସହିତ ଥିବା ପରକୀୟା ସମ୍ପର୍କ ଲୁଚାଇବା ଲାଗି ଦୀପକ ଶ୍ୱେତାଙ୍କୁ ହତ୍ୟା କରିଥିବା କଥା ଭାଇ ଋତୁରାଜ ଅଭିଯୋଗ କରିଛନ୍ତି ।

ଦୀପକ ସିଂହ ଗୈାରଙ୍କର ବୋଲି କୁହାଯାଉଥିବା ଗୋଟିଏ ଅଡିଓ କ୍ଲିପ୍‌ରେ ସେ ରୁଷୀୟ ଝିଅ ଯୋଗାଇବା ଲାଗି ଜଣେ ଦଲାଲଙ୍କୁ ଅନୁରୋଧ କହୁଛନ୍ତି: ମୁଁ ବାନ୍ଦାରୁ ଆସିଛି । ସୁନୀଲ ସିଂହ ଗୈାତମ ମତେ ତୁମ ନମ୍ବର ଦେଇଥିଲେ । ବ୍ୟବସ୍ଥା କର । ତୁମେ ହୋଟେଲ୍‌କୁ ପଠାଇବ ନା, ମତେ ଯିବାକୁ ପଡ଼ିବ? ରୁଷୀୟ କିଂବା ଆଫ୍ରୀୟ ଝିଅ, ଯିଏ ଥାଆନ୍ତୁ ସେମାନଙ୍କ ଫଟୋ ଓ ‘ଦର’ ପଠାଅ ମୁଁ ଜଣକୁ ବାଛି ନେବି । ଅନ୍ୟ ଏକ ଅଡିଓ କ୍ଲିପ୍‌ରେ ଦୀପକ ନଗଦ ଟଙ୍କା ଦେବାକୁ କହୁଥିବା ବେଳେ ଦଲାଲ୍ ଅନ୍‌ଲାଇନ୍‌ରେ ଦେୟ ପୈଠ କରିବାକୁ କହୁଛି । ଦୀପକ ତାଙ୍କୁ କହୁଛନ୍ତି, ୨୦, ୦୦୦ ଟଙ୍କାରେ ୨ଜଣ ଝିଅ ପଠାଅ ।

ଜଣେ ରୁଷୀୟ ଓ ଆଉ ଜଣେ ଭାରତୀୟ । ଶେଷକୁ ୨୩,୦୦୦ ଟଙ୍କାରେ ଜଣେ ରୁଷୀୟ ଓ ଜଣେ ମୋରୋକୀୟ ଝିଅ ପାଇଁ କଥା ଛିଡ଼ିଥିଲା । ଗତ ଶୁକ୍ରବାର ଦିନ ଦୀପକ ସିଂହ ଗୈାରଙ୍କୁ ଗିରଫ କରାଯାଇଥିବା ବେଳେ ମାମଲାର ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ଏହି ମାମଲା ସମ୍ବନ୍ଧୀୟ ମିଳିଥିବା କିଛି ଭିଡିଓର ତଦନ୍ତ ଚାଲିଥିବା କଥା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅଭିନନ୍ଦନ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!