ମାଓ ଅଧୁଷିତ ସୁନାବେଡାରେ ନୂଆପଡା ଜିଲ୍ଲାପାଳ

ନୂଆପଡା -: ନୂଆପଡା ଜିଲ୍ଲା ମାଓ ଅଧୁଷିତ ପାହାଡ଼ ଘେରା ସୁନାବେଡା ଅଭୟାରଣ୍ୟର ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତ ପରିଦର୍ଶନ କଲେ ନୂଆପଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ। ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିବା ସହ ବଂବାସୀଙ୍କ ସହିତ ଆଲୋଚନା କରିଥିଲେ ନୂଆପଡା ଜିଲ୍ଲାପାଳ। ଦୁର୍ଗମ ଅଞ୍ଚଳରେ ହେଉଥିବା

Advertisement

ମଡେଲ ହାଟ, ଗ୍ରାମୀଣ ପାର୍କ , ସ୍ମାର୍ଟ ସ୍କୁଲ କାମକୁ ତଦାରଖ କରିବା ସହ ବନବାସୀଙ୍କୁ ଜଂଗଲ ଜମି ପଟ୍ଟା ବଣ୍ଟନ କରିଥିଲେ। ଦୁର୍ଗମ ଅଞ୍ଚଳରେ ଜିଲ୍ଲାପାଳଙ୍କୁ ପାଇଁ ବନବାସୀ ମାନେ ଖୁସି ବ୍ୟକ୍ତ କରିବା ସହ ନିଜ ଅଞ୍ଚଳରେ ଥିବା ରାସ୍ତା ଘାଟ, ବିଜୁଳି, ଶିକ୍ଷା , ସ୍ୱାସ୍ଥ୍ୟ ଆଦି ସମସ୍ୟା ବିଷୟରେ ଅବଗତ କରିଥିଲେ। ଜିଲ୍ଲାପାଳଙ୍କ ସହ ସିବିଡିଏ ଅଧିକାରୀ ହିମାଂଶୁ ମହାପାତ୍ର, କୋମନା ବ୍ଲକ ବିଡ଼ିଓ ସୁଶାନ୍ତ ରଣା, ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦି କିଶୋର ତାଣ୍ଡି, ଓ ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!