ସାମାଜିକ ଯୁବ ସଂଗଠନ ପକ୍ଷରୁ ଜଳଛତ୍ର ଉଦଘାଟନ

ଭୁବନେଶ୍ବର -: ଖରା ଗରମ , ଯେଉଁଆଡ଼େ ଗଲେ ବି କେବଳ ଖରା । ବିଶେଷ କରି ରାଜଧାନୀରେ ପ୍ରବଳ ଖରା ଓ ଗରମ ଜନ ସାଧାରଣ ମାନଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି । ଏହି ପ୍ରବଳ ଖରାରେ ରାସ୍ତାକଡ଼ ରେ ଯାଉଥିବା ତୁଷାର୍ଥ ଲୋକଙ୍କ ପାଇଁ ସାମାଜିକ ଯୁବ ସଂଗଠନ ପକ୍ଷରୁ ଜଳଛତ୍ର ଖଣ୍ଡଗିରି ଜୟଦେବ ବାଟୀକା ଛକଠାରେ ଉଦଘାଟିତ ହୋଇଯାଇଛି ।

Advertisement

ସଂଗଠନର ସଭାପତି ଚିତ୍ତରଂଜନ ଦାସଙ୍କ ପରିଚାଳନାରେ ଥଣ୍ଡା ଜଳ ଓ ଦହି ପାଣି ବଣ୍ଟନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଏହି ଜଳଛତ୍ର ଶିବିରରେ ଶିବ ପ୍ରସାଦ ସେଣ, ରଞ୍ଜନ ପ୍ରଧାନ , ଅମର କୁମାର ନାୟକ, ଶିବ ରାମ, ପୁରୁଷୋତ୍ତମ ବାରିକ, ସନ୍ତୋଷ କୁମାର ପାତ୍ର, ଆଶିଷ ପଟ୍ଟନାୟକ, ମୁରଲୀ ଲାଲ ,ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ରହି ତୁଷାର୍ଥଙ୍କୁ ଜଳ ପ୍ରଦାନ କରୁଛନ୍ତି । ଏହି ଜଳ ଛତ୍ର ଏକ ମାସ ଧରି ଚାଲିବ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!