ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

କଳାହାଣ୍ଡି (ଜଗୁଲାଲ ମାଝୀ) -: କର୍ଲାମୁଣ୍ଡା ବ୍ଲକ ରିଷିଡା ପୋଲିସ ଫାଣ୍ଡି ଅନ୍ତର୍ଗତ ଗଜବାହାଲ ଗ୍ରାମର କଲୋନୀ ପଡା ନିକଟରେ ଆଜି ଏକ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖୁବାକୁ ମିଳିଛି । ଖବର ପାଇ ରିଷିଡା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝା ଘଟଣା ସ୍ଥଳରେ ପହଁଞ୍ଚି ଶବ ଜବତ କରିଛନ୍ତି । ମୃତ ଯୁବକ ଜଣକ ଗଜବାହାଲ ଗ୍ରାମର କ୍ଷୀରମଣି ସେଠ ବୋଲି ଜଣାଯାଇଛି ।

Advertisement

କ୍ଷୀରମଣି ଡ୍ରାଇଭର କାମ କରୁଥିଲେ ଓ ଗତକାଲି ସନ୍ଧ୍ୟାରୁ ଘରକୁ ଫେରିନଥିଲେ ବୋଲି ତାଙ୍କ ପତ୍ନୀ ସୁବାସିନୀ ଅଭିଯୋଗ କରିଛନ୍ତି । ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି । ମ.ରାମପୁର ଥାନାଅଧିକାରୀ ସଚିନ୍ଦ୍ର ପ୍ରଧାନ ଓ ସାଇଣ୍ଟିଫିକ ଟିମ ପହଁଞ୍ଚି ଶବ ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ପାଇଁ ମ.ରାମପୁର ପଠାଯାଇଥିବା ଜଣାଯାଇଛି ।ତେବେ ମୃତକ ବିବାହିତ ଓ ତାଙ୍କର ଗୋଟିଏ ଶିଶୁପୁତ୍ର ଅଛି । ବ୍ୟବଚ୍ଛେଦ ପରେ ମୃତ୍ୟୁ ନା ଅପମୃତ୍ୟୁ ସୃଷ୍ଟ ହେଇଯିବ ବୋଲି ପୋଲିସ କହିଛି ।ଏନେଇ ମ ରାମପୁର ଥାନାରେ କେଶ ନମ୍ବର ୧୩୦, ଦଫା ୩୦୨ରେମାମଲା ରୁଜୁ କରି ମ. ରାମପୁର ଥାନାଅଧିକାରୀ ସଚିନ୍ଦ୍ର ପଧାନ ଏହାର ତଦନ୍ତ କରୁଥିବା ଜଣାଯାଇଛି

Advertisement

Leave a Reply

Your email address will not be published. Required fields are marked *

error: Content is protected !!