ସମାଜସେବୀଙ୍କ ପ୍ରୟାସରେ ସ୍କୁଲ ଯିବ ଅଧାରୁ ପାଠ ଛାଡ଼ିଥିବା ଅସହାୟ ଝିଅ ରୋହିଣୀ ମାଝୀ

ଜୁନାଗଡ଼ -: ଜନ୍ମରୁ ପିତାମାତା ଙ୍କୁ ହରେଇ ତାଙ୍କର ସ୍ନେହ ବିନା ବଞ୍ଚିତ ହୋଇ ଜୀବନ ସହ ସଂଘର୍ଷ କରି ବଂଚୁଥିଲେ ତିନି ଭାଇ ଭଉଣୀ l ପିତା ମାତା ଙ୍କ ଦେହାନ୍ତ ପରେ ତିନିଜଣଙ୍କୁ ନିଜର ଜେଜେମା ଲାଳନ ପାଳନ କରି ସେମାନଂକୁ ଦୁନିଆ କଣ ଶିଖେଇଲେ l ହେଲେ ଆର୍ଥିକ ଅସୁବିଧା ହେତୁ ତିନି ଜଣକୁ ପାଠ ପଢେଇବା ବୁଢ଼ୀ ମାଙ୍କ ପଖେ ସମ୍ଭବ ନଥିଲା l ନିଜର ସକ୍ଷମ ଅନୁସାରେ ସମସ୍ତ ଙ୍କୁ ପଞ୍ଚମ ପ୍ରଯ୍ୟନ୍ତ ପଢ଼େଇଥିଲେ l ତାଙ୍କର ସାନ ନାତୁଣୀ ରୋହିଣୀ ମାଝୀ ଅଷ୍ଟମ ପ୍ରଯ୍ୟନ୍ତ ପଢି ଅଧାରୁ ପାଠ ଛାଡି ଦେଇଥିଲେ l

Advertisement

ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଜୁନାଗଡ଼ ବ୍ଳକ କେନ୍ଦୁପାଟି ପଂଚାୟତ ବ୍ରାହ୍ମଣିଗୁଡା ଗାଁ ରେ l ଗାଁ ର ସ୍ବର୍ଗତ ଦମ୍ବରୁ ମାଝୀ ଙ୍କ ତିନି ସନ୍ତାନ l ବଡ ପୁଅ ଧନୁର୍ଜ୍ୟ ମାଝୀ, ମଝିଆ ତିଳ ମାଝୀ ଓ ସାନ ଝିଅ ରୋହିଣୀ ମାଝୀ l ବଡ ପୁଅ ଧନୁର୍ଜ୍ୟ ପଞ୍ଚମ ପ୍ରଯ୍ୟନ୍ତ ପଢିଥିବା ବେଳେ ମଝିଆ ପୁଅ ଅଷ୍ଟମ ରୁ ପାଠ ଛାଡି ପରିବାର ପୋଷିବା ପାଇଁ ବାହାରେ ରହି ରୋଜଗାର କରୁଛନ୍ତି l ସାନ ଝିଅ ରୋହିଣୀ ମାଝୀ ଗାଁ ସ୍କୁଲ ରେ ଅଷ୍ଟମ ରୁ ପାଠ ଛାଡି ଦେଇଥିଲେ l ନିଜର ବୋଲି କେହି ନଥିବାରୁ ଓ ଆର୍ଥିକ ଅସୁବିଧା ହେତୁ ସେ ଅଧାରୁ ପାଠ ଛାଡି ଦେଇଥିଲେ l କିଛିଦିନ ତଳେ ଏହି ସମସ୍ୟା ବିଷୟରେ ଜାଣିଲାପରେ ସମାଜସେବୀ ଧୀରେନ୍ଦ୍ର ସୁନାନୀ, ଯଶୋବନ୍ତ ରଣା, ମମତା ପ୍ରଧାନ ପହଂଚି ରୋହିଣୀ ଙ୍କୁ ଆଗକୁ ପଢେଇବା ପାଇଁ ତାଙ୍କର ଜେଜେମା ଓ ସହି ପଡିଶା ସହ କଥା ହୋଇଥିଲେ l ବୟସ ଅଧିକ ହେତୁ ପ୍ରଥମେ ପଢିବା ପାଇଁ ରୋହିଣୀ ମନା କରୁଥିଲେ l

କିନ୍ତୁ ସମାଜସେବୀ ଓ ପଡିସା ଲୋକ ବୁଝେଇଲା ପରେ ସେ ଆଗକୁ ପଢିବାପାଇଁ ରାଜି ହୋଇଥିଲେ l ରୋହିଣୀ ରାଜି ହେବାରୁ ଗତକାଲି ବ୍ରାହ୍ମଣୀଗୁଡା ସ୍କୁଲ ରୁ ତାର ବିଦ୍ୟାଳୟ ପରିତ୍ୟାଗ ସାର୍ଟିଫିକେଟ ଅଣା ଯାଇଥିଲା ଓ ଆଜି ଜୟ ଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାନ୍ଦୋଳ ଠାରେ କେନ୍ଦୁପାଟି ସରପଞ୍ଚ ଶ୍ରୀମତୀ ଚିନ୍ମୟୀ ସେଠି ଙ୍କ ଉପସ୍ଥିତି ରେ ଆଡ଼ମିସନ କରିଛନ୍ତି ସମାଜସେବୀ ମାନେ l ଏହି ଆଡ଼ମିସନ ସମୟରେ ସମଜସେବୀ ଯଶୋବନ୍ତ ରଣା, ଧୀରେନ୍ଦ୍ର ସୁନାନୀ, ମମତା ପ୍ରଧାନ, ଗୋକୁଳ ସାହୁ, ବୁଲୁ ପ୍ରଧାନ, ସୁରେନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତି ରହି ରୋହିଣୀ ଙ୍କ ଆଡ଼ମିସନ ରେ ସହଯୋଗ କରିଥିଲେ l ସମାଜସେବୀ ମାନଙ୍କର ଏହିପରି କାର୍ଯ୍ୟ କୁ ଅଞ୍ଚଳବାସି ସାଧୁବାଦ ଜଣେଇବା ସହ ଦୀର୍ଘା୍ୟୁ କାମନା କରିଥିଲେ l

Advertisement

Leave a Reply

Your email address will not be published. Required fields are marked *

error: Content is protected !!