ସ୍ତ୍ରୀ ଓ ୫ ବର୍ଷର ଝିଅ ଓ ୩ ମାସର ଶିଶୁପୁତ୍ରକୁ ନିଆଁ ଲଗାଇ ଜାଳିଦେଲା ସ୍ୱାମୀ !


ବାରିପଦା -: ମୟୂରଭଞ୍ଜ ଜିଲ୍ଲାର ଝାରପୋଖରୀଆ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଏଠାରେ ଘରେ ରାତିରେ ଶୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ଜଣେ ମହିଳା ଓ ତାଙ୍କର ଦୁଇ ଶିଶୁଙ୍କର ପ୍ରାଣହାନି ଘଟିଛି ।

Advertisement

ସୂଚନା ଅନୁଯାୟୀ, ଝାରପୋଖରୀଆ ଥାନା ଅନ୍ତର୍ଗତ ଉଚ୍ଚାଗାଁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ମା’ଙ୍କ ସମେତ ତାଙ୍କର ୫ ବର୍ଷର ଝିଅ ଓ ୩ ମାସର ଶିଶୁପୁତ୍ର ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଛି । ଏମାନେ ସମସ୍ତେ ଶୋଇଥିବା ବେଳେ ନିଆଁ ଲାଗିଥିବା କୁହାଯାଉଛି । ରାତି ପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିଥିବା ମହିଳାଙ୍କ ସ୍ୱାମୀ ସୂଚନା ଦେଇଛନ୍ତି ।

ତେବେ ଏହି ଘଟଣାକୁ ନେଇ ସନ୍ଦେହ ଉପୁଜିବାରୁ ସ୍ୱାମୀଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ଜଣାଯାଇଛି । ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ଝାରପୋଖରୀଆ ଥାନା ପୁଲିସ । ସ୍ତ୍ରୀ ଓ ୨ପିଲାଙ୍କ ଜୀବନ ଚାଲିଗଲା ହେଲେ ସ୍ୱାମୀଙ୍କର କିଛି ନହେବା କଥାବାର୍ତ୍ତା ହେବାର ଶୈଳୀରୁ ପୋଲିସର ସନ୍ଦେହ ଘନିଭୁତ ହୋଇଛି । ସ୍ତ୍ରୀ ପିଲାଙ୍କୁ ମାରିବାର ଷଡଯନ୍ତ୍ର କରି ସଫଳ ହୋଇଥିବା ଚର୍ଚ୍ଚା ଜୋର ଧରିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!