ଝିଅଙ୍କ ଶରୀରରେ ହାତ ମାରିବା ପଡିଲା ମହଙ୍ଗା, ବନ୍ଧା ହେଲେ ରସିକିଆ କେମେଷ୍ଟ୍ରି ଶିକ୍ଷକ

ନବରଙ୍ଗପୁର -: ନବରଙ୍ଗପୁର ସହର ଉପକଣ୍ଠ ହିର୍ଲି ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କେମେଷ୍ଟ୍ରି ଶିକ୍ଷକ ଅମର କୁମାର ନାଥ ଅନେକ ସମୟରେ ଝିଅ ମାନଙ୍କୁ ଲେବରଟାରୀକୁ ଡକେଇ ଆଶଳୀନ ବ୍ୟବହାର କରି ଆସୁଥିଲେ l ଝିଅଙ୍କ ଶରୀରରେ ହାତ ମାରିବା ମହଙ୍ଗା ପଡିଲା l ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କକୁ କଳୁଷିତ କରିଥିବା ଶିକ୍ଷକଙ୍କୁ ଆଜି କୋର୍ଟ ଚାଲାଣ କରିଛି ନବରଙ୍ଗପୁର ଟାଉନ ଥାନା ପୋଲିସ l

Advertisement

ନବରଙ୍ଗପୁର ସହର ଉପକଣ୍ଠ ହିର୍ଲି ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କେମେଷ୍ଟ୍ରି ଶିକ୍ଷକ ଅମର କୁମାର ନାଥ ଅନେକ ସମୟରେ ଝିଅ ମାନଙ୍କୁ ଲେବରଟାରୀ କୁ ଡକେଇ ଆଶଳୀନ ବ୍ୟବହାର କରି ଆସୁଥିଲେ l ଏନେଇ ପ୍ରଥମେ ଛାତ୍ରଛାତ୍ରୀ ମାନେ ଗତ 5ତାରିଖରେ ପ୍ରିନ୍ସିପାଲ ଙ୍କୁ ଜଣେଇଥିଲେ ଏବଂ 9 ତାରିଖ ଦିନ ଏନେଇ ବିଦ୍ୟାଳୟ ପରିସରରେ ଆଲୋଚନା ମଧ୍ୟ ହେଇଥିଲା l ପରେ ଛାତ୍ରଛାତ୍ରୀ ମାନେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇବା ପରେ ଗତକାଲି ଜିଲ୍ଲା ମଙ୍ଗଳ ଅଧିକାରୀ, ITDA ବିଭାଗର PA ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିଲେ l ପରବର୍ତୀ ସମୟରେ ଗତକାଲି ଛାତ୍ରଛାତ୍ରୀ ମାନେ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତିକରି ନବରଙ୍ଗପୁର ପୋଲିସ ରସିକିଆ ଶିକ୍ଷକକୁ ଆଜି ଗିରଫ କରି ବିଭିନ୍ନ ଦଫା ଲଗାଇ କୋର୍ଟଚାଲାଣ କରିଛି l ଗତକାଲି ଶିକ୍ଷକ ଜଣକ ନିଜ ଚାକିରୀରୁ ଇସ୍ତଫା ଦେଇଥିଲେ l ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ବୟାନକୁ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ରେକର୍ଡ କରି ଜିଲ୍ଲା ଏସପି ଏବଂ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ l ଶେଷରେ ଆଜି ଦଫା 354A, 354D,506,509 12 (ପୋକ୍ସ) ଓ 3(2) VA ଭଳି ଅତି ସଙ୍ଗିନ 6 ଟି ଦଫା ଲଗେଇ କେଶ ନମ୍ବର – 206/22 ରେ ଆଜି ଶିକ୍ଷକ ଅମରଙ୍କୁ କୋର୍ଟ ଚାଲାଣ କରିଛି ଟାଉନ ପୋଲିସ l ଶେଷରେ ବନ୍ଧା ହେଲେ ରସିକିଆ ଶିକ୍ଷକ l ଝିଅଙ୍କ ଶରୀରରେ ହାତ ମାରିବା ମହଙ୍ଗା ପଡିଲା l ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କକୁ କଳୁଷିତ କରିଥିବା ଶିକ୍ଷକ ଙ୍କୁ ଆଜି କୋର୍ଟ ଚାଲାଣ କରିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!