ଓଡିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, ରାଜ୍ୟ ସଂଗଠନର କରିବେ ସମୀକ୍ଷା

ଭୁବନେଶ୍ବର -: ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ । ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଖୁବଶୀଘ୍ର ଓଡ଼ିଶା ଆସିବେ । ନିର୍ଦ୍ଦିଷ୍ଟ ଭାବେ ପ୍ରିୟଙ୍କା ଗାନ୍ଧୀ କେବେ ଆସିବେ ତାରିଖ ସ୍ଥିର ହୋଇନାହିଁ । ରାଜ୍ୟ କଂଗ୍ରେସ ପ୍ରଭାରୀ, ପିସିସି ସଭାପତି ନିରଞ୍ଜନ ପଟ୍ଟାୟକ ଓ ଅନ୍ୟ ନେତୃବୃନ୍ଦ ପ୍ରିୟଙ୍କାଙ୍କ ସହ ରାଜ୍ୟ କଂଗ୍ରେସ ସଂଗଠନ ଉପରେ ଆଲୋଚନା କରିଛନ୍ତି । ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜସ୍ଥାନ ଉଦୟପୁରରେ ଚିନ୍ତନ ଶିବିର ସରିବା ପରେ ଓଡ଼ିଶା ଫେରିଛନ୍ତି କଂଗ୍ରେସ ନେତା ।

Advertisement

ରାଜ୍ୟ କଂଗ୍ରେସର ପୁନର୍ଗଠନ ସହ ଦଳକୁ ଅଧିକ କ୍ରିୟାଶୀଳ କରିବାକୁ ପାଇଁ ଚିନ୍ତନ ଶିବିରରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ବିଶେଷକରି ଯୁବକ ଓ ମହିଳାମାନଙ୍କୁ ଆଗ୍ରାଧିକାର ଦିଆଯିବ । ଏହାସହ ଦଳ ପାଇଁ ଦୀର୍ଘ ବର୍ଷ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରାଧାନ୍ୟ ମିଳିବ । ଚିନ୍ତନ ଶିବିରରେ ରାଜନୈତିକ ପ୍ରସଙ୍ଗ, କୃଷି ଓ କୃଷକ, ବେରୋଜଗାର, ସାମାଜିକ ନ୍ୟାୟ ଆଜି ପ୍ରସଙ୍ଗରେ ଆଲୋଚନା ହୋଇଛି । ଗୋଟିଏ ପରିବାରକୁ ଗୋଟିଏ ଟିକେଟ ଦେବାକୁ ଦଳ ନିଷ୍ପତ୍ତି ନେଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!