ସୁପ୍ରିମକୋର୍ଟଙ୍କ ରାୟ : କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁଙ୍କୁ ୧ବର୍ଷ ଜେଲ

ଆଜି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁଙ୍କୁ ଜେଲ ଦଣ୍ଡାଦେଶ ଶୁଣାଯାଇଛି । ସିଦ୍ଧୁଙ୍କୁ ବର୍ଷେ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମ କୋର୍ଟ । ଏହା ସହ ୧ହଜାର ଟଙ୍କାର ଫାଇନ ମଧ୍ୟ ଲଗାଯାଇଛି । କହିରଖିବା ଉଚିତ ହେବକି ଆଜକୁ ୩୪ ବର୍ଷ ତଳେ ୧୯୮୮ ମସିହାର ଏକ ମାମଲାରେ ସୁପ୍ରିମ କୋର୍ଟ ଏହି ରାୟ ଦେଇଥିବା ନେଇ ଜଣାଯାଇଛି ।୬୫ ବର୍ଷର ବୃଦ୍ଧଙ୍କ ମୁଣ୍ଡକୁ ସିଦ୍ଧୁ ଆଘାତ କରିଥିବା ନେଇ ଅଭିଯୋଗ ଉଠିଥିଲା । ପାର୍କିଙ୍ଗରେ ଗାଡି ରଖିବାକୁ ନେଇ ଦୁହିଁଙ୍କ ଭିତରେ ବଚସା ହୋଇଥିଲା ।

Advertisement

କିନ୍ତୁ ଅପରପକ୍ଷରେ ସିଦ୍ଧୁ ହୃଦଘାତ କାରଣରୁ ସିଦ୍ଧୁଙ୍କର ମୃତ୍ୟୁ ହୋଇଥିବା ନେଇ ସଫେଇ ଦେଇଥିଲେ । ପୂର୍ବରୁ ମଧ୍ୟ ଥରେ ସିଦ୍ଧୁ ୧ ହଜାର ଟଙ୍କା ଫାଇନ ଆକାରରେ ଦେଇସାରିଛନ୍ତି । ଏଥର ଆଇପିସି ଧାରା ୩୨୩ ଅଧୀନରେ ପୂର୍ବତନ ପଞ୍ଜାବ କଂଗ୍ରେସ ପ୍ରେସିଡେଣ୍ଟଙ୍କୁ ଏହି ସଜ୍ଜା ଶୁଣାଯାଇଛି । ମୃତକଙ୍କ ପରିବାର ଲୋକେ କୋର୍ଟରେ ଏକ ରିଭିୟୁ ପିଟିସନ ଦାୟର କରିବା ପରେ ସୁପ୍ରିମ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି । ସିଦ୍ଧୁଙ୍କୁ ପଂଜାବ ପୋଲିସ ପକ୍ଷରୁ କଷ୍ଟଡିରେ ନିଆଯିବ । ଯେବେକି ଏ ଏମ ଖାନବିଲ୍କାର ଓ ଏସ କେ କାଉଲଙ୍କୁ ନେଇ ଗଠିତ ଖଣ୍ଡପୀଠ ସିଦ୍ଧୁଙ୍କ ଉପରେ ହତ୍ୟା ଅଭିଯୋଗ ଲଗାନଯିବାକୁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ।

ଅନ୍ୟପକ୍ଷରେ ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ଅଶ୍ବିନୀ ଦୁବେଙ୍କ କହିବା ଅନୁଯାୟୀ, ସିଦ୍ଧୁ ସୁପ୍ରିମ କୋର୍ଟରେ ଏକ କ୍ୟୁରେଟିଭ ପିଟିସନ ଦାୟର କରିପାରିବେ । ଯଦିବା ଏନେଇ ତାଙ୍କ ପାଖରେ ସୁଯୋଗ ଖୁବ କମ ରହିଛି | ସୁପ୍ରିମ କୋର୍ଟର ଅନ୍ୟ ଜଣେ ଓକିଲ ରାଜେଶ ଚୂଘଙ୍କ କହିବା ଅନୁଯାୟୀ , ସୁପ୍ରିମ କୋର୍ଟଙ୍କ ରାୟକୁ ଡିଜିପିଙ୍କ ନିକଟକୁ ପଠାଯିବ । ନଚେତ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ଜରିଆରେ ସଂଶ୍ଲିଷ୍ଟ ପୋଲିସ ଷ୍ଟେସନକୁ ପଠାଯିବ ଓ ଏହା ପରେ ୩୬୪ ଦିନ ପାଇଁ ତାଙ୍କୁ ଜେଲ ପଠାଇ ଦିଆଯିବ ।

ଏମିତି ସମୟରେ ସିଦ୍ଧୁ ମଧ୍ୟ ନିଜ ବ୍ୟକ୍ତିଗତ କାରଣ ଦର୍ଶାଇ କିଛି ଦିନ ପାଇଁ ସମୟ ନେଇପାରନ୍ତି । ୧୯୮୮ ଡିସେମ୍ବର ୨୭ ତାରିଖରେ ଏକ ପର୍କିଙ୍ଗ ସ୍ପଟରେ ଗୁରଣାମ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ସହିତ ସିଦ୍ଧୁଙ୍କର ଯୁକ୍ତି ତର୍କ ହୋଇଥିଲା । ଟଣାଓଟରା ପରେ ଗୁରଣାମଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଓ ପରବର୍ତ୍ତୀ ସମୟରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ଆସିଥିଲା । ୧୯୯୯ରେ ପଟିଆଲା ସେସନ କୋର୍ଟ ସିଦ୍ଧୁ ଓ ତାଙ୍କ ସହଯୋଗୀଙ୍କୁ ପ୍ରମାଣ ଅଭାବରୁ ଛାଡିଦେଇଥିଲେ । କିନ୍ତୁ ପରେ ପଂଜାବ ଓ ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!