ଗଞ୍ଜେଇ ନିଶା ଖାଇ ନିଜକୁ କରିଦେଲେ ନଂପୁଶକ, ତାପରେ ହେଲା ଏଭଳି … ଦେଖନ୍ତୁ ଭିଡିଓ

ଗୌହ୍ୱାଟୀ -: ଆସାମର ସୋନିଟପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତି ଗଞ୍ଜେଇ ନିଶାରେ ନିଜ ଯୌନାଙ୍ଗକୁ କାଟି ଦେଇଥିବା ଜାଣିବାକୁ ମିଳିଛି । ଘଟଣାଟି ହେଉଛି ମେ ୧୯ ତାରିଖର । ବ୍ୟକ୍ତି ଜଣକ ମହମ୍ମଦ ସାହାଜୁଲ୍ ଅଲ୍ଲୀ । ସେ ସୋନିଟପୁର ଜିଲ୍ଲାର ଦେକାର ଗାଁର ବାସିନ୍ଦା । କେବଳ ଯେ ଗଞ୍ଜେଇ ନିଶାରେ ସେ ଏପରି କରିଛନ୍ତି ତାହା ନୁହେଁ ।

Advertisement

ସେ ମାନଶିକ ସ୍ତରରେ ବି ଟିକେ ଦୁର୍ବଳ । ପୂର୍ବରୁ ସେ ସିଂହ ସହ ଶୋଇବା ପରି କାଣ୍ଡ ରଚି ମଧ୍ୟ ଚର୍ଚ୍ଚିତ ପାଲଟିଥିଲେ । ଅଲ୍ଳୀଙ୍କର କେବଳ ଗଞ୍ଜେଇ ନିଶା ନାହିଁ । ଡ୍ରଗ୍ସ ପରି ସେ ଅନ୍ୟ ମାରାତ୍ମକ ନିଶା ସହ ବି ଜଡ଼ିତ । ସେ ନିଶାରେ ଯୌନାଙ୍ଗ କାଟିବା ପରେ ଏକ ଇଣ୍ଟରଭ୍ୟୁ ଦେଇ କହିଛନ୍ତି କି ନିଜ ପାପକୁ ଧୋଇବା ପାଇଁ ସେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ଅଲ୍ଲୀଙ୍କ ହିସାବରେ ତାଙ୍କ ଧର୍ମରେ ଗଞ୍ଜେଇ ଟାଣିବା ଏକ ପାପ । ମାତ୍ର ସେ ଏହି ପାପରୁ ନିଜକୁ ନିବୃତ୍ତ ରଖି ପାରୁନଥିବାରୁ ପ୍ରୟଶ୍ଚିତ ସ୍ୱରୁପ ନିଜକୁ ନିଜ ଦଣ୍ଡ ଦେଇଛନ୍ତି । ଏ ନେଇ ଅଲ୍ଳୀଙ୍କ ପୁଅ ଗଣମାଧ୍ୟମରେ କହିଛନ୍ତି ଯେ ତାଙ୍କ ବାପା ମାନସିକ ଭାବେ ଦୁର୍ବଳ ଥିବାର ଏପରି ଅଜବ କାଣ୍ଡ ରଚିଛନ୍ତି । ଅଲ୍ଲୀଙ୍କର ଜଣେ ବନ୍ଧୁ କହିଛନ୍ତି କି ସେ ଏହି ଅଭ୍ୟାସ ସହ ବହୁ ବର୍ଷରୁ ଜଡ଼ିତ । ଏପରିକି ୨୦୦୩ ମସିହାରେ ସେ ଏକ ସିଂହ ସହ ରାତି ବିତାଇ ଚର୍ଚ୍ଚା ପାଲଟିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!