ବ୍ଲଡ ପ୍ରେସରକୁ କିପରି ରଖିବେ ନିଜ ନିୟନ୍ତ୍ରଣରେ, ହାର୍ଟଆଟାକକୁ କରନ୍ତୁ ବାଏ ବାଏ …

ଆଜିର ସମୟରେ ରକ୍ତଚାପ ଏକ ବହୁତ ବଡ ସମସ୍ୟା ପାଲଟିଛି। ଯେତେବେଳେ ରକ୍ତର ଧମନୀଗୁଡିକର ପ୍ରେସର ୧୪୦/୯୦ ପର‌୍ୟ୍ୟନ୍ତ ବୃଦ୍ଧି ପାଇଯାଏ ସେତେବେଳେ ଏହାକୁ ହାଇ-ବ୍ଲଡପ୍ରେସର ବୋଲି କୁହାଯାଇଥାଏ । ଏହାଦ୍ୱାରା ବ୍ରେନ ଷ୍ଟ୍ରୋକ, ହାର୍ଟ , କିଡନୀ ଏବଂ ମୋତିଆବିନ୍ଦୁ ଜନିତ ରୋଗ ହେବାର ସମ୍ଭାବନା ଅଧିକ ବଢିଯାଇଥାଏ । କାରଣ ହାଇ ବ୍ଲଡପ୍ରେସର ହେବା ଦ୍ୱାରା ବ୍ଲଡ ସନ୍ତୁଳନ ହରାଇବସିଥାଏ । ଏବଂ ତାହା ସଙ୍କୁଚିତ ହୋଇଯାଇଥାଏ । ଏହାଦ୍ୱାରା ପାକସ୍ଥଳୀକୁ ବ୍ଲଡ ପହଂଚିବାକୁ ଅନେକ ଅସୁବିଧା ହୋଇଥାଏ । ଏହାକୁ silent killer ମଧ୍ୟ କୁହାଯାଏ। ଅଧିକାଂଶ ଲୋକ ବ୍ଲଡପ୍ରେସରକୁ ରୋଗ ବୋଲି ମାନିବାକୁ ନାରାଜ ହୁଅନ୍ତି । ଏହି ରକ୍ତଚାପ ଏବେ ଛୋଟ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। କିନ୍ତୁ ଏହି ସମସ୍ୟା କୌଣସି ଗମ୍ଭୀର ରୋଗର ମୂଳ ସ୍ତର ବୋଲି କହିପାରିବା ।

Advertisement

herbal tea

ବ୍ଲଡ ପ୍ରେସର ହେବାର ମୁଖ୍ୟ କାରଣ -:

-ଶରୀରର ଓଜନ ଅହେତୂକ ଭାବରେ ବୃ୍ଦ୍ଧି ପାଇବା
-ନିୟମିତ ଭାବରେ ବ୍ୟାୟାମ ନ କରିବା
-ପୂର୍ବରୁ ପରିବାରରେ କେହି ଏହାର ଶିକାର ହୋଇଥିଲେ
-ସବୁବେଳେ ଚିନ୍ତାରେ ରହିବା
-ଧୂମ୍ରପାନ କରିବା
-ଥାଇରଏଡ ଏବଂ ଟ୍ୟୁମର ଭଳି ଅନେକ ରୋଗ ହୋଇଥିଲେ

ହାଇ ବିପି ବା ଉଚ୍ଚ ରକ୍ତ ଚାପ ଥିବା ଲୋକଙ୍କ ପାଇଁ କିଛି ହର୍ବାଲ ଚା’ ଅଛି ଯାହା ବିପି ଲେଭଲ କୁ ନିୟନ୍ତ୍ରଣ କରିପାରିବ | ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାରର ହର୍ବାଲ୍ ଟି, ଯାହା BP କୁ ନିୟନ୍ତ୍ରଣରେ ରଖିବ |

ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଅଧିକାଂଶ ଲୋକ ଉଚ୍ଚ ବିପିର ଶିକାର ହୁଅନ୍ତି | ଏହିପରି ବ୍ୟକ୍ତିମାନେ ସେମାନଙ୍କ ଖାଦ୍ୟରେ ଏପରି କିଛି ଚା’ ଅନ୍ତର୍ଭୁକ୍ତ କରିପାରିବେ, ଯାହା ସାହାଯ୍ୟରେ ବିପି ନିୟନ୍ତ୍ରଣ କରାଯାଇପାରିବ | ତେବେ ଆସନ୍ତୁ ଜାଣିବା କେଉଁ ପାଞ୍ଚଟି ହର୍ବାଲ-ଟି, ଯାହା ସାହାଯ୍ୟରେ ବର୍ଦ୍ଧିତ ବିପିକୁ ନିୟନ୍ତ୍ରଣ କରିହେବ।

ଗ୍ରୀନ ଟି -:

ସମସ୍ତେ ଜାଣିଥିବେ ଯେ ଗ୍ରୀନ୍ ଟି ପିଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ | ଏହା ସାହାଯ୍ୟରେ ଆପଣଙ୍କର ବିପି ମଧ୍ୟ ନିୟନ୍ତ୍ରଣରେ ରହିବ | ଏମିିତିରେ ଆପଣ BP କୁ ପ୍ରାକୃତିକ ଉପାୟରେ ନିୟନ୍ତ୍ରଣ କରିପାରିବବେ | ତେଣୁ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ ଗ୍ରୀନ୍ ଟି ଅନ୍ତର୍ଭୁକ୍ତ କରନ୍ତୁ |

ମନ୍ଦାର ଫୁଲ ଚା -:


ମନ୍ଦାର ଫୁଲ ଚା ମଧ୍ୟ ବିପି ବୃଦ୍ଧିକ ନିୟନ୍ତ୍ରଣ କରିପାରିବ। | ଏହି ଚାରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି। | ଏହାକୁ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ | ତଥାପି ଏହାକୁ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଜରୁରୀ |

Oolong-ଟି -:


ଉଚ୍ଚ ରକ୍ତଚାପରେ Oolong-ଟି ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। | ଆପଣ ଏହାକୁ ନିଜ ଖାଦ୍ୟରେ ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ |ଏଥିରେ ଆଣ୍ଟିଅକ୍ସିଡାଣ୍ଟ ସହିତ ଭରି ରହିଛି ଯାହା ଉଚ୍ଚ ବିପି ହ୍ରାସ କରିବାରେ ସହାୟକ ହୋଇଥାଏ |

ରସୁଣ ଚା -:

ଖୁବ୍ କମ୍ ଲୋକ ଜାଣିଥିବେ ଯେ ରସୁଣ ଚା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଆପଣ ଏହି ଚା’ କୁ ପିଇଲେ ଆପଣଙ୍କ ବିପି ନିୟନ୍ତ୍ରଣରେ ରହିବ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!