ରାଜଧାନୀରେ ଚାଞ୍ଚଲ୍ୟ : ଘରୁ ମିଳିଲା ୩ମୃତ ଦେହ, କାନ୍ଥରେ ଲେଖାଥିଲା ଏଭଳି …

ନୂଆଦିଲ୍ଲୀ -: ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ଶୁଣିବାକୁ ମିଳିଛି । ଏଠାରେ ଗୋଟିଏ ବନ୍ଦ ଘର ଭିତରୁ ମିଳିଛି ତିନିଟି ମୃତଦେହ । ଘଟଣାଟି ହେଉଛି ବସନ୍ତ ବିହାରର ଆପାର୍ଟମେଣ୍ଟରେ ଏକ ରୁମ୍‌‌ଭିତରୁ ବନ୍ଦ ଥିବା ଦେଖି ସୋସାଇଟିର ଲୋକେ ପୋଲିସକୁ ଫୋନ୍ କରିଥିଲେ । କାରଣ ୨୪ ଘଣ୍ଟା ହେଲା ବନ୍ଦ ଥିଲା ଗୋଟିଏ ଘରର କବାଟ ଆଉ ଝରକା । ନା କିଛି ଶବ୍ଦ ଶୁଭୁଥିଲା ନା କେହି ବାହାରକୁ ବାହାରୁଥିଲେ । ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା । ରୁମର ଡୋର୍ ଖୋଲିବା ମାତ୍ରେ ଯାହା ଦେଖିଥିଲା ସେଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Advertisement

ଘରେ ପଡିଥିଲା ତିନି ତିନିଟି ମୃତଦେହ । ଆଉ କାନ୍ଥରେ ଲେଖ ହୋଇଥିଲା ‘ଘରେ ପଶିଲେ ଲାଇଟ‌ର୍ ଜଳାଇବା ମନା । ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତ ବିବହାରରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ମଞ୍ଜୁ ତାଙ୍କର ଦୁଇ ଝିଅ ଅଂଶିକା ଓ ଅଙ୍କୁ ଫ୍ଲାଟ୍‌‌କୁ ଚାରିପଟୁ ବନ୍ଦ କରି ଅଙ୍ଗାର ଚୁଲାରେ କିଛି ରାସାୟନିକ ପଦାର୍ଥ ପକାଇ ଛାଡି ଦେଇଥିଲେ । ପ୍ରାଥମିକ ତଦନ୍ତରୁ ତିନି ଜଣକଙ୍କ ମୃତ୍ୟୁ ଅଣନିଶ୍ୱାସ ହେବା ଯୋଗୁଁ ଘଟିଥିବା କୁହାଯାଉଛି । ମା’ ଓ ଦୁଇ ଝିଅଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ । ପାଖରୁ ଏକ ସୁସାଇଡ୍ ନୋଟ୍ ଜବତ କରାଯାଇଛି । ତେଣୁ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି । ଏହାପରେ ଆଉଟିକେ ଖୋଲତାଡ଼ କରିବା ପରେ ଘରେ ଫାୟାର ପ୍ଲେସ୍‌‌ରେ ନିଆ ଜଳୁଥିଲା ଓ ଗ୍ୟାସ୍ ଅଳ୍ପ ଖୋଲା ହୋଇ ରହିଥିବା ଦେଖିବାକୁ ମିଳିଥିଲା ।ଏଥିସହିତ ଏଥିସହ ଘର କାନ୍ଥରେ ଘରେ ପଶିଲେ ଲାଇଟର ଜଳାଇବା ମନା ବୋଲି ଲେଖା ହୋଇଥିବା ଡିସିପି ସୂଚନା ଦେଇଛନ୍ତି ।

ଅନୁସନ୍ଧାନରୁ ଜଣାପଡିଛି ଯେ ମଞ୍ଜୁ ତାଙ୍କର ଦୁଇ ଝିଅ ଅଂଶିକା ଓ ଅଙ୍କୁ ଏହି ଫ୍ଲାଟରେ ରହୁଥିଲେ । ଉଭୟ ଝିଅଙ୍କର ବୟସ ପ୍ରାୟ ୩୦ ବର୍ଷ ହୋଇଥିଲା । ଅସୁସ୍ଥତା ହେତୁ ମହିଳା ବିଛଣାରୁ ଉଠିପାରୁନଥିଲେ । ଏଥି ସହିତ ଗତ ବର୍ଷ କରୋନାର ଦ୍ୱିତୀୟ ଲହରରେ ମହିଳାଙ୍କ ସ୍ୱାମୀ ମଧ୍ୟ ମୃତ୍ୟୁ ବରଣ କରିଥିଲେ । ଏହି କାରଣରୁ ସମଗ୍ର ପରିବାରର ଆର୍ôଥକ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଗଲା । ମାନସିକ ଚାପରେ ଆସି ତିନି ମା’ ଝିଅ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ବି ସନ୍ଦେହ କରାଯାଉଛି । ତେବେ ପୁଲିସ ତିନି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଜାରି ରହିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!