କଂଗ୍ରେସକୁ ବଡ ଝଟକା …

ଆଜି କଂଗ୍ରେସ ଦଳକୁ ଏକ ବଡ ଝଟକା ଲାଗିଛି କହିଲେ ଚଳେ । ପାର୍ଟିର ବରିଷ୍ଠ ନେତା ଓ ପୂର୍ବ କେନ୍ଦ୍ରମନ୍ତ୍ରୀ କପିଳ ସିବଲ କଂଗ୍ରେସକୁ ନିଜ ଇସ୍ତଫା ପତ୍ର ଦାଖଲ କରିଛନ୍ତି । କଂଗ୍ରେସରୁ ଯାଇ ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ଏହା ସହ ସିବଲ ସମାଜବାଦୀ ପାର୍ଟି ଟିକେଟରୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି । ସେପଟେ ସପା ଅଧ୍ୟକ୍ଷ ଅଖିଳେସ ଯାଦବ ସମ୍ବାଦଦାତା ମାନଙ୍କୁ କହିଛନ୍ତିକି ଶ୍ରୀ ସିବଲ ପାର୍ଟିର ସମର୍ଥନରେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।

Advertisement

ନାମାଙ୍କନ ଦାଖଲ କରିବା ସମୟରେ ତାଙ୍କ ସହ ସପା ଅଧ୍ୟକ୍ଷଙ୍କ ସହ ପାର୍ଟିର ପ୍ରମୁଖ ମହାସଚିବ ରାମଗୋପାଳ ଯାଦବ ତଥା ଅନ୍ୟ ନେତା ମାନେ ମଧ୍ୟ ଉପସ୍ଥିତ ଥିଲେ । ନାମାଙ୍କନ ଦାଖଲ କରିବା ପରେ ସିବଲ ସ୍ପଷ୍ଟ କରିଛନ୍ତିକି, ସେ ଜଣେ ନିର୍ଦ୍ଦଳିୟ ପ୍ରତ୍ୟାଶୀ ଭାବେ ନାମାଙ୍କନ ଭରିଛନ୍ତି । ଆଉ ଅଖିଲେଶ ଯାଦବଙ୍କୁ ଧନ୍ୟବାଦ କରୁଛୁ ଆଉ ତାଙ୍କୁ ସମର୍ଥନ ଜଣାଉଛୁ ।

ସିବଲ କହିଛନ୍ତିକି ସେ ମେ ୧୬ ତାରିଖରେ କଂଗ୍ରେସରୁ ବିଦାୟ ନେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି, ” ସେମାନେ ବିପକ୍ଷରେ ରହି ଏକ ଗଠବନ୍ଧତା କରିବାକୁ ଚାହୁଁଛନ୍ତି । ସେ ଚାହୁଁଛନ୍ତିକି ୨୦୨୪ରେ ଏମିତି ଏକ ମାହୋଲ ତିଆରି ହେଉ ଯାହାଦ୍ୱାରା ମୋଦି ସରକାରରେ ଯାହା ବି ଦୋଷ ତ୍ରୁଟି ଥିବ ତାହାକୁ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚା ଯାଇପାରିବ । ଆଉ କହିଛନ୍ତିକି ଏନେଇ ନିଜ ତରଫରୁ ସେ ସମ୍ପୂର୍ଣ୍ଣ ରୂପେ ଚେଷ୍ଟା କରିବେ ।”

Advertisement

Leave a Reply

Your email address will not be published. Required fields are marked *

error: Content is protected !!