ପାସେଞ୍ଜର ପତ୍ନୀଙ୍କ ପାଇଁ ରୋମାଣ୍ଟିକ ଅନ୍ଦାଜରେ ଫ୍ଲାଇଟକୁ ସ୍ୱାଗତ କଲେ ପାଇଲଟ ସ୍ୱାମୀ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଆପଣ ନିଶ୍ଚିତ ରୂପେ କହିବେକି ପ୍ରତିଟି ପତି- ପତ୍ନୀଙ୍କ ମଧ୍ୟରେ ଏମିତି ହିଁ ସମ୍ପର୍କ ରହିବା ଉଚିତ । ଆମେ ଆପଣଙ୍କୁ ଜଣେ ଫ୍ଲାଇଟ ପାଇଲଟଙ୍କ ବିଷୟରେ କହୁଛୁ ଯିଏ ନିଜ ପତ୍ନୀଙ୍କ ପାଇଁ ଫ୍ଲାଇଟରେ ଏକ ଜରୁରୀ ଘୋଷଣା କରିଛନ୍ତି । ଯାହାକୁ ଶୁଣି ଯାକାହାର ବି ହୃଦୟ ନିଶ୍ଚିତ ରୂପେ ତରଳିଯିବ । ଆଉ ଏହି ଘଟଣା କୌଣସି ରୋମାଣ୍ଟିକ ଫିଲ୍ମରୁ କମ ମଧ୍ୟ ନୁହେଁ । ଭିଡିଓରେ ଆପଣ ଦେଖିପାରିବେଯେ ପାଇଲଟ ଅଲନୀଯ ବିରାଣୀଙ୍କ ସ୍ତ୍ରୀ ଜହରା ଯେମିତି ହିଁ ଫ୍ଲାଇଟ ସିଟରେ ବସିଥିଲେ ତାଙ୍କୁ ଫ୍ଲାଇଟ ଇଣ୍ଟରକମରୁ ତାଙ୍କ ସ୍ୱାମୀ ଆବାଜ ଦେବାକୁ ଲାଗିଲେ ।

Advertisement

ଅଲନୀଯ ସ୍ପଷ୍ଟ ଭାବେ ଶୁଣି ପାରିଥିଲେକି, ଆଜି ମୁଁ ଏକ ସ୍ପେଶାଲ ଆନାଉନ୍ସମେଣ୍ଟ କରିବାକୁ ଯାଉଛି, ଆଜି ମୋତେ ଏକ ସ୍ପେଶାଲ ପ୍ଲାଇଟ ମିଳିଛି । ଆଉ ଏହି ଉଡାଣରେ ମୋ ସହିତ ଜଣେ ସ୍ପେଶାଲ ପ୍ୟାସେଞ୍ଜର ବି ଅଛନ୍ତି । ମୋତେ ମୋ ପତ୍ନୀଙ୍କୁ ମୁମ୍ବାଇ ନେଇ ଯିବା ପାଇଁ ସୁଯୋଗ ମିଳିଛି । ଏହା ସମସ୍ତଙ୍କ ପାଇଁ ଅତି ସାଧାରଣ ହୋଇଥିବା ବେଳେ ମୋ ପାଇଁ କିନ୍ତୁ ଖୁବ ମହତ୍ୱ ରଖେ । ମୁଁ କେବଳ ଆପଣ ସମସ୍ତଙ୍କ ସହିତ ନିଜ ଖୁସିକୁ ବାଣ୍ଟିବାକୁ ଚାହୁଁଥିଲି । ଆଉ ଏହି କାରଣରୁ ହିଁ ଏହି ଘୋଷଣା କରିଛି । ସ୍ୱାମୀଙ୍କ ଏହି ଘୋଷଣା ଶୁଣି ଜହରା ଖୁବ ଭାବୁକ ହୋଇଯାଇଥିଲେ । ନିଜ ଖୁସିକୁ ସମ୍ଭାଳି ନପାରି ଏହାକୁ ସମସ୍ତଙ୍କ ସହିତ ସେୟାର କରିଛନ୍ତି ।

ପାଇଲଟଙ୍କ ସ୍ତ୍ରୀ ନିଜେ ହିଁ ପୁରା ଘଟଣାର ଭିଡିଓ ସେୟାର କରି ଲମ୍ବା-ଚୌଡା ପୋଷ୍ଟ ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତିକି- “ଆପଣଙ୍କ ପତ୍ନୀ ହେବା ମୋ ପାଇଁ ସବୁଠୁ ବଡ ସୌଭାଗ୍ୟ ଓ ଆଶୀର୍ବାଦ । ମୋତେ ଜଣା ନାହିଁ କି କେଉଁଠାରୁ ଆରମ୍ଭ କରିବି, କଣ କହିବି, କେଉଁଠି ଶେଷ କରିବି | ଯଦିବା ମୁଁ ଲମ୍ବା କ୍ୟାପ୍ସନ ଲେଖିଛି କିନ୍ତୁ ଏଥିପାଇଁ ମୋ ପାଖରେ ସେମିତି କିଛି ଶବ୍ଦ ନାହିଁ ।”

ଜହରା ନିଜ ପୋଷ୍ଟରେ ଏହା ବି ଲେଖିଛନ୍ତିକି- ମୋ ହୃଦୟ ଏତେ ପରିପୂର୍ଣ୍ଣ ଅଛିକି ମୁଁ ନିଜେ ବି ଜାଣିନି ଏହି ଭଳି ଜଣେ ବ୍ୟକ୍ତିଙ୍କୁ ନିଜ ସ୍ୱାମୀ ଭାବରେ ପାଇବାକୁ ମୁଁ କଣ କରିଛି । ଆପଣ ମାନେ ମୋତେ ବିଶ୍ୱାସ ଦେଇଛନ୍ତିଯେ ପ୍ରକୃତ ପ୍ରେମ କାହାକୁ କୁହନ୍ତି । ଆପଣଙ୍କ ପାଇଁ ପ୍ରତିଦିନ ମୁଁ ନିଜ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି । ଈଶ୍ୱର ମୋତେ ଯାହା ଦେଇଛନ୍ତି ଏଥିପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ ହୋଇ ରହିବି । ସାଧାରଣ ଲୋକଙ୍କୁ ଏହି କ୍ୟୁଟ ଭିଡିଓ ଖୁବ ପସନ୍ଦ ଆସିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!