ଆପଣ ବ୍ୟାଙ୍କରୁ ଋଣ ନେଇଥିଲେ ପଢନ୍ତୁ ଆରବିଆଇ ନେଲା ଏଭଳି ପଦକ୍ଷେପ, ବଢିଲା ରେପୋ ରେଟ୍‌

  ୫୦ ବେସିସ୍‌ ପଏଣ୍ଟ ବଢାଇଛି ଆରବିଆଇ । ବଢିଲା ରେପୋ ରେଟ୍‌ । ଫଳରେ ଏହା ୪.୪୦ ପ୍ରତିଶତରୁ ୪.୯୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି । ରେପୋ ରେଟ୍‌ ବଢିବା ପରେ ଋଣ ଉପରେ ସୁଧ ହାର ଏବଂ EMI ବଢ଼ିବ । ଗତ ଏକ ମାସ ଭିତରେ ରେପୋ ରେଟ୍‌ ଦୁଇ ଥର ବୃଦ୍ଧି ପାଇଛି ।

Advertisement

ରେପୋ ରେଟ ବୃଦ୍ଧି ପରେ ମୁଦ୍ରାସ୍ଫୀତି ଉପରେ ନିୟନ୍ତ୍ରଣ ଆସିବ ବୋଲି ଆରବିଆଇ ଆଶା ରଖିଛି । ୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରାଯାଇଛି । ସେହିପରି ମୁଦ୍ରାସ୍ପୀତି ହାର ୬.୭ ପ୍ରତିଶତ ରହିବ । ଏଣିକି ୟୁପିଆଇ ପ୍ଲାଟଫର୍ମରେ କ୍ରେଡିଟ କାର୍ଡକୁ ଲିଙ୍କ କରାଯିବ । ପ୍ରଥମେ ରୂପେ କାର୍ଡରୁ ଏହା ଆରମ୍ଭ ହେବ । ଇ ମ୍ୟାଣ୍ଡେଟ କାରବାର ସୀମା ୧୫ ହଜାରରୁ ବୃଦ୍ଧି ହୋଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!