ଗୁପଚୁପ୍ ଖାଇବା ପଡିଲା ମହଙ୍ଗା, ଚାଲିଗଲା ଜୀବନ !

କାମାକ୍ଷାନଗର -: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ଅନ୍ତର୍ଗତ ପାଳସାହି ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ଗୁପଚୁପ ଖିଆ ବାକି ଟଙ୍କା ନଦେବାରୁ ମଦ୍ୟପ ଯୁବକଙ୍କୁ ପିଆଜ କଟା ଛୁରାରେ ହତ୍ୟା କଲା ଗୁପଚୁପ ବେପାରୀ । ମୃତ ଯୁବକ ଜଣଙ୍କ ପାଳସାହି ଗାଁର ବିଭୂତି ସାହୁ । ଅଭିଯୁକ୍ତ ଗୁପଚୁପ ବେପାରୀ ସେହି ଗାଁର ଜଗବନ୍ଧୁ ସାହୁ । ଜଗବନ୍ଧୁ ପ୍ରତିଦିନ ସଂନ୍ଧ୍ୟା ସମୟରେ ନିଜ ସାଇକେଲ ଯୋଗେ ଗାଁରେ ଗୁପ ଚୁପ ବେପାର କରେ । ତେବେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଗୁପଚୁପ ବିକ୍ରି କରି ଘରକୁ ଫେରୁଥିବା ବେଳେ ବିଭୂତି ତାଙ୍କୁ ଅଟକାଇ ଗୁପଚୁପ ଦେବାକୁ କହିଥିଲେ ।

Advertisement

ତେବେ ତୁମର ପୁରୁଣା ଟଙ୍କା ବାକି ଅଛି ତେଣୁ ପୂର୍ବ ପଇସା ନଦେଲେ ମୁଁ ଗୁପଚୁପ ଦେବିନାହିଁ ବୋଲି ଜଗବନ୍ଧୁ କହିଥିଲେ । ଯାହାକୁ ନେଇ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ରକ୍ତପାତର ରୂପ ନେଇଥିଲା । ଗୁପଚୁପ ବେପାରୀ ଜଗବନ୍ଧୁର ଛୁରା ମାଡରେ ବିଭୂତିର ମୃତ୍ୟୁ ହୋଇଥିଲା । ଘଟଣା ଘଟିବା ପରେ ନିଜ ଗୁପଚୁପ ବୋଝେଇ ସାଇକେଲ ଛାଡି ଜଗବନ୍ଧୁ ଫେରାର ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!