ସର୍ବସ୍ବ ହରାଇ ନିସ୍ଵ ସାଜିଛି ଖୁଲଣା, କାଜୁ ଜଙ୍ଗଲରେ ବିତୁଛି ଜୀବନ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ବରମୁଣ୍ଡଳୀ ପଞ୍ଚାୟତ ବାଲିଝରୀ ଗ୍ରାମର 63ବର୍ଷୀୟା ବୃଦ୍ଧା ଖୁଲଣା ବାରିକ l ତିରିଶି ବର୍ଷରୁ ଉର୍ଦ୍ଧ ହେବ ଖୁଲଣା ଏବଂ ତାର ସ୍ୱାମୀ ଶିବ ବାରିକ ବାଲିଝରୀର ନିଘଞ୍ଚ କାଜୁ ଜଙ୍ଗଲ ମଧ୍ୟ୍ୟରେ ଜରିପାଲ ରେ ନିର୍ମିତ ଝୁମ୍ପୁଡ଼ି ଘରେ ଦିନରେ ସୂର୍ଯ୍ୟ ରାତିରେ ମାନଙ୍କ ଶହ ଜୀବନ ବିତାଉଥିଲେ l

Advertisement

2005ମସିହାରେ ସ୍ୱାମୀ ଶିବ ମୃତ୍ୟୁ ବରଣ କଲାପରେ ବେସାହାରା ଖୁଲଣା ବାଲିଝରୀ ଅଞ୍ଚଳର ବାବୁ ମାନଙ୍କର କାଜୁ ଜଙ୍ଗଲ ଜଗିଛି l ସେ ବାବଦକୁ ଯାହା କିଛି ବାବୁ ପରିଶ୍ରମିକ ଦିଅନ୍ତି ସେଥିରେ ଦୁଃଖକଷ୍ଟେ ଖୁଲଣା ଦିନେ ଖାଇଲେ ଦୁଇ ଦିନ ଉପବାସ ରହେ l ଖୁଲଣାର ଦୁଃଖ ବୁଝିବାକୁ ପାଖରେ କେହି ନାହାନ୍ତି l ନିଘଞ୍ଚ କାଜୁ ଜଙ୍ଗଲ ନାଁ ଅଛି ବିଦ୍ୟୁତସୁବିଧା ନାଁ ଅଛି ପାନୀୟ ଜଳ ନାଁ ଅଛି ରାସ୍ତା ଘାଟର ସୁବିଧା ନାଁ ଅଛି ନିଜସ୍ୱ ଘର ଢିଅ ନାଁ ବାସଗୃହ l ନିସ୍ଵ ଖୁଲଣା ଏକାକୀ କାଟୁଛି ଜୀବନ l ଏଥିପ୍ରତି କାହାରି ସତେ ଯେ ପରି ନିଘା ନାହିଁ l କେବଳ ଦଇବ ହିଁ ଭରସା l

Advertisement

Leave a Reply

Your email address will not be published. Required fields are marked *

error: Content is protected !!