ଚାକୀରିିରୁ ନିଲମ୍ବନ ପରେ ଶିକ୍ଷକଙ୍କ ଆତ୍ମହତ୍ୟା, ସୁଇସାଇଡ ନୋଟ ପଛର ରହସ୍ୟକୁ ଖୋଜି ପାଇବ କି ଖୋର୍ଦ୍ଧା ପୋଲିସ

Creat A Revolution

ବେଗୁନିଆ -: 

Advertisement
ସୁଇସାଇଡ ନୋଟ୍ ଲେଖି ଫ୍ୟାନରେ ଝୁଲି ପଡିଲେ ଶିକ୍ଷକ । ସକାଳୁ ସକାଳୁ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଗୁନିଆରେ । ବେଗୁନିଆ ଥାନା ନିକଟସ୍ଥ ନୂଆସାହିରେ ରହୁଥିବା ଶିକ୍ଷକ ଅମରନାଥ ସେଠୀ ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ଲାଗିଥିବା ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ।

ମାନସିକ ଭାରସାମ୍ଯ ହରାଇ ଏପରି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିବା ବେଳେ ତାଙ୍କ ନିକଟରୁ ଏକ ସୁଇସାଇଡ ନୋଟ୍ ଜବତ ହୋଇଛି । ଉକ୍ତ ସୁଇସାଇଡ ନୋଟରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଉଲ୍ଲେଖ ଅଛି । ତେବେ ସେ ବାଣପୁର ବ୍ଲକରେ ଶିକ୍ଷକତା କରୁଥିବା ବେଳେ ଗତ କିଛିଦିନ ତଳେ ସେ ଚାକିରିରୁ ନିଲମ୍ବିତ ହୋଇଥିଲେ । ଆଉ ରଜ ପରେ ସ୍କୁଲ ଖୋଲିଲେ କାହାକୁ ମୁହଁ ଦେଖାଇବେ ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ କରି ଫ୍ୟାନରେ ଝୁଲିପଡିଛନ୍ତି ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights