Creat A Revolution
ବେଗୁନିଆ -: ସୁଇସାଇଡ ନୋଟ୍ ଲେଖି ଫ୍ୟାନରେ ଝୁଲି ପଡିଲେ ଶିକ୍ଷକ । ସକାଳୁ ସକାଳୁ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଗୁନିଆରେ । ବେଗୁନିଆ ଥାନା ନିକଟସ୍ଥ ନୂଆସାହିରେ ରହୁଥିବା ଶିକ୍ଷକ ଅମରନାଥ ସେଠୀ ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ଲାଗିଥିବା ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ।
Advertisement
ମାନସିକ ଭାରସାମ୍ଯ ହରାଇ ଏପରି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିବା ବେଳେ ତାଙ୍କ ନିକଟରୁ ଏକ ସୁଇସାଇଡ ନୋଟ୍ ଜବତ ହୋଇଛି । ଉକ୍ତ ସୁଇସାଇଡ ନୋଟରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଉଲ୍ଲେଖ ଅଛି । ତେବେ ସେ ବାଣପୁର ବ୍ଲକରେ ଶିକ୍ଷକତା କରୁଥିବା ବେଳେ ଗତ କିଛିଦିନ ତଳେ ସେ ଚାକିରିରୁ ନିଲମ୍ବିତ ହୋଇଥିଲେ । ଆଉ ରଜ ପରେ ସ୍କୁଲ ଖୋଲିଲେ କାହାକୁ ମୁହଁ ଦେଖାଇବେ ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ କରି ଫ୍ୟାନରେ ଝୁଲିପଡିଛନ୍ତି ।
Advertisement