ଅଗ୍ନିପଥ ଯୋଜନାକୁ ନେଇ ଗୃହ ମନ୍ତ୍ରଣାଳୟ ନେଲା ଏଭଳି ବଡ ନିଷ୍ପତ୍ତି, ଆସନ୍ତୁ ଜାଣିବା ସଂମ୍ପୁର୍ଣ୍ଣ ଅଗ୍ନିପଥ ବିଷୟରେ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସମଗ୍ର ଦେଶରେ ବିକ୍ଷୋଭ ଚାଲିଛି। ଏହାମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଟ୍ଵିଟ୍‌ କରାଯାଇଛି। ଯେଉଁଥିରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରାଯାଇଛି। ଗୃହମନ୍ତ୍ରଣାଳୟର କେନ୍ଦ୍ରୀୟ ଆର୍ମଡ୍ ପୋଲିସ ଫୋର୍ସ (CAPF)ଓ ଆସାମ ଲାଇଫଲ୍ସର ନିଯୁକ୍ତି ବେଳେ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ଆରକ୍ଷଣ ଦେବା ନେଇ ଘୋଷଣା କରିଛନ୍ତି ।

Advertisement

ଏହାସହ ମନ୍ତ୍ରଣାଳୟର ଅଗ୍ନିବୀର ଭାବେ ସେବା ପୂରଣ କରିସାରିଥିବା ଯବାନଙ୍କ ବୟସସୀମାରେ ମଧ୍ୟ ବୃଦ୍ଧି କରିଛନ୍ତି । ସେମାନଙ୍କୁ ଆଧିକ ୩ ବର୍ଷର ରିହାତି ମିଳିବ । ଏହାସହ ଅଗ୍ନୀପଥରେ ସାମିଲ ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ବୟସ ସୀମାକୁ ମଧ୍ୟ ଅଧିକ ୫ ବର୍ଷ କୋହଳ କରାଯାଇଛି ।

ସୂଚନାଯୋଗ୍ୟ, ଗତ ଚାରିଦିନ ଧରି ଦେଶର ଅଲଗା ଅଲଗା ରାଜ୍ୟରେ ଅଗ୍ନିପଥ ଯୋଜନାକୁ ନେଇ ପ୍ରଦର୍ଶନ ଜାରି କରାଯାଇଛି। କେତେକ ସ୍ଥାନରେ ଭଙ୍ଗାରୁଜା, ଟ୍ରେନରେ ନିଆଁ ଲଗାଇବା ଘଟଣା ଦେଖିବାକୁ ମିଳିଛି। ସମଗ୍ର ଦେଶର ଯୁବପିଢି ଏହି ସ୍କିମକୁ ତୁରନ୍ତ ବଦଳାଇଦିଅନ୍ତୁ ବୋଲି ଅପିଲ କରୁଛନ୍ତି। ଅପରପକ୍ଷେ କେନ୍ଦ୍ର ସରକାର ଯୁବପିଢିଙ୍କୁ ଶାନ୍ତ କରିବା ପାଇଁ ଯୋଜନାରେ ଅନେକ ପ୍ରକାରର ପରିବର୍ତ୍ତନ କରୁଛନ୍ତି। ଏଥିରେ ପ୍ରଥମେ ଭର୍ତ୍ତି ପାଇଁ ବୟସ ସୀମା କମାଯାଇଥିଲେ ଏବେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି। ତଥାପି ଯୁବପିଢିଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ।

ଜୁନ୍‌ ୧୪ ତାରିଖରେ ଯୁବବର୍ଗଙ୍କୁ ତିନି ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ । ଅଗ୍ନିପଥ ଯୋଜନାରେ ନିଯୁକ୍ତି ହେବେ ଅଗ୍ନିବୀର । ଚଳିତ ବର୍ଷ ୪୬ ହଜାର ଅଗ୍ନିବୀର ନିଯୁକ୍ତି ପାଇବେ । ଗତ କିଛି ବର୍ଷ ଧରି ପ୍ରତିରକ୍ଷା ବିଭାଗକୁ ଦୃଢ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।ବିହାରର ବିଭିନ୍ନ ସ୍ଥାନରେ ସେନା ନିଯୁକ୍ତି ଆଶାୟୀ ଲଙ୍କାକାଣ୍ଡ କରିଛନ୍ତି। ବିହାରର ଛାପ୍ରାରେ ଶହ ଶହ ଆନ୍ଦୋଳନକାରୀ ଟ୍ରେନକୁ ଟାର୍ଗେଟ କରିଛନ୍ତି। ଛାପ୍ରା ଜଙ୍କସନ ନିକଟରେ ବିକ୍ଷୋଭକାରୀ ଏକ ପାସେଞ୍ଜର ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି। ଏଥିସହ ବ୍ୟାପକ ଭଙ୍ଗାରୁଜା ବି କରିଛନ୍ତି। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଫାଙ୍କା ଗୁଳି ଚାଳନା କରିଥିଲା। ସେହିପରି ଜେହନାବାଦ ରେଲୱେ ଷ୍ଟେସନ ନିକଟରେ ମଧ୍ୟ ଆନ୍ଦୋଳନକାରୀ ପୋଲିସ ଉପରକୁ ଟେକାପଥର ମାଡ଼ କରିଛନ୍ତି। ଆରା ଷ୍ଟେସନ ନିକଟରେ ବିକ୍ଷୋଭକାରୀଙ୍କ ଉପରେ ଲୁହବୁହା ଗ୍ୟାସ ମାଡ଼ କରିଛି ପୋଲିସ।

ଅଗ୍ନିପଥ ଯୋଜନା କ’ଣ -:

ଯୁବବର୍ଗଙ୍କୁ ତିନି ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଘୋଷଣା କରିଛନ୍ତି। ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କ ଚାକିରି ଅବଧି ୪ ବର୍ଷ ରହିବ। ଚଳିତ ବର୍ଷ ୪୬ ହଜାର ଅଗ୍ନିବୀର ନିଯୁକ୍ତି ପାଇବେ। ୯୦ଦିନ ମଧ୍ୟରେ ଆରମ୍ଭ ହେବ ନିଯୁକ୍ତି ରାଲି। ଆବେଦନ କାରୀଙ୍କ ବୟସ ସୀମା ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ବୟସ ରହିଛି। ଅଗ୍ନିବୀରମାନଙ୍କୁ ମାସିକ ୩୦ ହଜାରରୁ ୪୦ ଟଙ୍କାର ବେତନ ମିଳିବ। ୪ ବର୍ଷ ଚାକିରି ପରେ ୨୫ ପ୍ରତିଶତ ଯୋଗ୍ୟ ଓ ନିପୁଣ ଅଗ୍ନିବୀରଙ୍କୁ ସେନାରେ ପୁଣି ୧୫ବର୍ଷ ନିଯୁକ୍ତି ସୁଯୋଗ ମିଳିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!