ବଙ୍ଗୀୟ ଯୁବତୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ ମାରିଲେ …

ପୁରୀ -: ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ହେଲେ ଏଠାରେ ପର୍ଯ୍ୟଟକଙ୍କୁ ମାଡ ମାରିବା ଭଳି ସାଂଘାତିକ ଅଭିଯୋଗ ଆସିଛି । ପୁରୀ ସିଟି ରୋଡସ୍ଥିତ ଏକ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥାର ମାଲିକ ଜଣେ ବଙ୍ଗୀୟ ମହିଳାଙ୍କୁ ଚାପୁଡା ମାରିିଥିବା ଅଭିଯୋଗ ହୋଇଛି । କୋଲାକାତାରୁ ପୁରୀ ବୁଲିବାକୁ ଆସିଥିବା ଶୀତଲ ନାମକ ଯୁବତୀ, ଏକ ଟ୍ରାଭେଲ ସଂସ୍ଥାଠାରୁ ସ୍କୁଟି ଭଡାରେ ନେଇଥିଲେ ।

Advertisement

ହେଲେ ସ୍କୁଟିର ଅବସ୍ଥା ଖରାପ ଥିବାରୁ ଟ୍ରାଭେଲକୁ ଫେରସ୍ତ ଦେଇ ପଇସା କାଟିବାକୁ ଦାବି କରିଥିଲେ । ଏଥିରେ ଟ୍ରାଭେଲ ମାଲିକ ଉତକ୍ଷିପ୍ତ ହୋଇ ବଙ୍ଗୀୟ ଯୁବତୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ ମାରିଥିଲେ । ଏନେଇ ପୋଲିସକୁ ଖବର ଦେବାସହ ଟ୍ରାଭେଲ ମାଲିକଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ ବଙ୍ଗୀୟ ପର୍ଯ୍ୟଟକ । ପୋଲିସ କିନ୍ତୁ ତାଙ୍କୁ ଥାନାକୁ ଆସି ଅଭିଯୋଗ କରିବା ପାଇଁ କହିବା ପରେ ପୁଣି ଦେଖିବାକୁ ମିଳିଥିଲା ହାଇଡ୍ରାମା । ବଡକଥା ହେଉଛି ପୁରୀ ଭଳି ଏକ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବାବେଳେ ବିଭିନ୍ନ ବାହାନାରେ ସେମାନଙ୍କୁ ଲୁଟ ଚାଲିଛି । ଏକାଧିକ ଟ୍ରାଭେଲ ଏଜେନ୍ସି ଏମାନଙ୍କଠାରୁ ଲୁଟ କରୁଥିବାବେଳେ ସୂଚନା ପାଇ ମଧ୍ୟ ଚୁପ ବସୁଛି ପୋଲିସ ପ୍ରଶାସନ । ତେଣୁ ଏହି ପର୍ଯ୍ୟଟକମାନଙ୍କୁ କିଏ ସୁରକ୍ଷା ଦେବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!