ଏଥର ବାପା ହେଲେ ପାଇବେ ଲମ୍ବା ଛୁଟି, ସନ୍ତାନଙ୍କ ନେଇପାରିବେ ଦାୟିତ୍ୱ

ଶିଶୁଙ୍କ ଲାଳନପାଳନରେ ମାଆଙ୍କ ବୋଝ କମ କରିବା ପାଇଁ ବିଶେଷଜ୍ଞ ପିତାଙ୍କ ପିତୃତ୍ୱ ଛୁଟି ଅବଧି ବଢାଇବାକୁ ସୁପାରିଶ କରିଛନ୍ତି । ଏକ୍ସପର୍ଟଙ୍କ ରାୟ ଅନୁସାରେ ମାତୃତ୍ୱ ଲାଭ ଅଧିନିୟମ ଉପରେ ଆୟୋଜିତ ଆଇନର ସମୀକ୍ଷାରେ ପରାମର୍ଶ ରଖିଛନ୍ତି । ରାଷ୍ଟ୍ରୀୟ ମହିଳା ଆୟୋଗ ଶନିବାର ଏନେଇ ସୂଚନା ଦେଇଛନ୍ତି । ଆୟୋଗ କହିଛନ୍ତି ସୁପାରିଶରେ ପିତୃତ୍ୱ ଅବକାଶ ବା ଛୁଟି ବଢାଇବା ସହ ମହିଳାଙ୍କ ପାଇଁ କିଛି ରୋଜଗାର, କର୍ପୋରେଟ କ୍ଷେତ୍ରରେ ସମ୍ବେଦନଶୀଳତା ବଢାଇବା ଭଳି ଅନେକ କଥା ରହିଛି । ରାଷ୍ଟ୍ରୀୟ ମହିଳା ଆୟୋଗ(ଏନସିଡବ୍ଲୁ) ମାତୃତ୍ୱ ଲାଭ ଅଧିନିୟମ ୧୯୬୧ ଏବଂ ୨୦୧୭ର ସଂଶୋଧନ ଉପରେ ଅନ୍ତିମ ସମୀକ୍ଷାର ଆୟୋଜନ କରାଯାଇଥିଲା । ଆୟୋଗ କହିଥିଲେ ଏହି ବୈଠକରେ ମହିଳାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ସମୀକ୍ଷା ଓ ବିଶ୍ଳେଷଣ ହୋଇଥିଲା । ଏଥିରେ ଥିବା ଅନେକ ତ୍ରୁଟି ସୁଧାର କରିବା ସହ ସଂଶୋଧନର ମଧ୍ୟ ସୁପାରିଶ କରିଥିଲେ ।

Advertisement

ଭାରତରେ ପିତୃତ୍ୱ ଅବକାଶ
ଭାରତରେ ସାଧାରଣ ଭାବେ ପିତୃତ୍ୱ ଅବକାଶ ୧୫ ଦିନ ଦିଆଯାଇଥାଏ । କେନ୍ଦ୍ର ଏ ରାଜ୍ୟ ଏହାକୁ ସଠିକ ଭାବେ ଲାଗୁ ନେଇ ପ୍ରଚେଷ୍ଟା କରିଥାନ୍ତି । ଏହା ପରେ ଅନେକ କମ୍ପାନୀରେ ଏହା ଦେଖିବାକୁ ମିଳିନଥଲା । ଶିଶୁ ଜନ୍ମହେବାର ୧୫ ଦିନ ପୂର୍ବରୁ କିମ୍ବା ଜନ୍ମର ୬ ମାସ ମଧ୍ୟରେ ପିତୃତ୍ୱ ଅବକାଶ ସ୍ୱିକୃତ ହୋଇଥାଏ । ୟୁରୋପର ଅନେକ ଦେଶରେ ପିତ-ତ୍ୱ ଛୁଟି ଗୋଟିଏ ମାସ ପର୍ଯ୍ୟନ୍ତ ଦିଆଯାଇଥାଏ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!