ସାଲେପୁରର ଥାନପତି ମନ୍ଦିରରୁ ଚୋରି …

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଦିନକୁ ଦିନ ସାଲେପୁର ବ୍ଲକ ଅନ୍ତର୍ଗତ କଟରପା ପଞ୍ଚାୟତର ଜପକୁଦ ବଜାର ଓ ବିଭିନ୍ନ ସ୍ଥାନରେ ଚୋରଙ୍କ ପାଦ୍ରୁଭାବ ବଢିବାରେ ଲାଗିଛି ।ଏଇ ବିଗତ କିଛିଦିନ ତଳେ ଜପକୁଦ ,ଓଡାସିଂହ,ଏଲମାପୁର ଓ ରାମକୃଷ୍ଣପୁର ,ରାମେଶ୍ୱର ଅଞ୍ଚଳରେ ଚୋରି ହୋଇଥିଲା ।କେଶ ବି ହୋଇଥିଲା କିନ୍ତୁ ନା ଚୋର ସନ୍ଧାନ ମିଳିଥିଲା ନା ଚୋରି ହୋଇଥିବା ଜିନିଷର ।

Advertisement

ଏହି ଚୋରି ହେବା କିଛି ଦିନ ନପୁରୁଣୁ ପୁଣି ଆଜି ଏକ ମନ୍ଦିରରେ ଚୋରି ହୋଇଛି ।କଟରପା ପଞ୍ଚାୟତ ଅନ୍ତର୍ଗତ ଗରୁଡପୁର ଥାନପତି ମନ୍ଦିରୁ ତା-୧୮-୬-୨୦୨୨ ରିଖ ମଧ୍ୟ ରାତ୍ରରେ କେହି ଦୂରବୂତ୍ତ ଠାକୁରାଣୀଙ୍କ ଆଗରେ ଲଗାଯାଇଥିବା ପ୍ରାୟ ୫ କେଜି ଓଜନର ଗୋଟେ ଘଣ୍ଟିକୁ କାଟି ନେଇଯାଈଛନ୍ତି ।ଯାହା ଖବର ଆମର ହସ୍ତଗତ ହୋଇଛି ସେ ଅନୁଯାୟୀ ଏ ପଯ୍ୟନ୍ତ କୌଣସି ଏଫାୟାର ହୋଇନି ଓ ପୋଲିସ ସେ ସ୍ଥାନରେ ପହଞ୍ଚି ନାହିଁ ।ଦେଖିବାକୁ ରହିଲା ଏବାବଦରେ କେବେ କଣ ପୋଲିସ କାଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।ପୋଲିସ ରାତ୍ର ପେଟ୍ରୋଲିଂ ଠିକସେ ହେଉନି ବୋଲି ଏପରି ଚୋରୀ ସମସ୍ୟା ସୃଷ୍ଟି ହେଉଛି ବୋଲି ଚାପା ଗୁଞ୍ଜରଣ ସୃଷ୍ଟି ହେଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!