ନରେନ୍ଦ୍ର ମୋଦୀ ତୁମ କବର ଖୋଳାଯିବ …

ନୂଆଦିଲ୍ଲୀ -: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ନେତା ଓ କର୍ମୀଙ୍କ ପକ୍ଷରୁ ଆପତ୍ତିଜନକ ବୟାନ ଜାରି ରହିଛି । ସୋମବାରଦିନ ଅଗ୍ନିପଥ ସ୍କିମର ବିରୋଧ ପାଇଁ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ  ମୋଦୀ ତେରା କବର ଖୁଦେଗୀ, ଆଜ ନେହିଁ ତୋ କଲ ଖୁଦେଗୀ (ମୋଦୀ ତୁମର କବର ଖୋଳାଯିବ, ଆଜି ନୁହେଁ ତ କାଲି ) ସ୍କୋଗାନ ଦେଇଥିଲେ । ଆଜି ମଧ୍ୟ କଂଗ୍ରେସ ନେତା ସୁବୋଧ କାନ୍ତ ସହାୟ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇଥିଲେ ।

Advertisement

ସେ କହିଥିଲେ ଯେ ମୋଦୀ ଏବେ ହିଟଲରଙ୍କ ପଥରେ ଯାଉଛନ୍ତି ଓ ତାଙ୍କର ମୃତ୍ୟୁ ମଧ୍ୟ ହିଟଲରଙ୍କ ପରି ହେବ ।  ତେବେ ଏହି ବୟାନକୁ ନେଇ ସବୁଆଡେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ କଂଗ୍ରେସ ଏହି ବୟାନରୁ ନିଜକୁ ଦୂରେଇ ନେଇଥିଲା । କିଛି ଦିନ ତଳେ ଆଉ ଜଣେ କଂଗ୍ରେସ ନେତା ତଥା ନାଗପୁର କଂଗ୍ରେସର ସଭାପତି ଶେଖ ହୁସେନ କହିଥିଲେ ଯେ ଯେପରି କୁକୁରମାନଙ୍କ ମୃତ୍ୟୁ ହୁଏ, ମୋଦୀଙ୍କର ସେପରି ମୃତ୍ୟୁ ହେବ । ନ୍ୟାସନାଲ ହେରାଲଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡି ଜେରା କରିବାକୁ ବିରୋଧ କରି ସେ ଏପରି ବୟାନ ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!