ୟୁକ୍ରେନରୁ ୨ ଆମେରିକୀୟ ସୈନ୍ୟଙ୍କୁ ଗିରଫ କରି ମୃତ୍ୟୁଦଣ୍ଡ ଦେଲା ..

ମସ୍କୋ -: ୟୁକ୍ରେନରେ ରୁଷ ସୈନ୍ୟଙ୍କ ଦ୍ବାରା ଗିରଫ ହୋଇଥିବା ଦୁଇ ଆମେରିକୀୟ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ସଂକେତ ଦେଇଛି ମସ୍କୋ । ପୂର୍ବରୁ ୟୁକ୍ରେନରେ ଗିରଫ ହୋଇଥିବା ଦୁଇ ବ୍ରିଟିଶ ନାଗରିକ ଓ ଜଣେ ମରୋକ୍କୋ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦେଇସାରିଛି ରୁଷ । ଏଣୁ ଦୁଇ ଆମେରିକୀୟ ନାଗରିକଙ୍କ ମୃତ୍ୟୁଦଣ୍ଡ ଆଶଙ୍କା ବଢିଯାଇଛି । ରୁଷ ସରକାରଙ୍କ ମୁଖପାତ୍ର ଡେମିଟ୍ରି ପେସକୋଭ କହିଛନ୍ତି ଯେ, ସେମାନଙ୍କ ଦଣ୍ଡାଦେଶ ସଂପର୍କରେ କୋର୍ଟ ନିଷ୍ପତ୍ତି ନେବ । କୋର୍ଟ ନିଷ୍ପତ୍ତି ଉପରେ ସେ କହିଛି କହିପାରିବେ ନାହିଁ, କିନ୍ତୁ ମୃତ୍ୟୁଦଣ୍ଡାଦେଶ ଆଶଙ୍କା ଏଡେଇ ହେବନାହିଁ ।

Advertisement

ସୋମବାରଦିନ ପେସକୋଭ କହିଥିଲେ ଯେ ୟୁକ୍ରେନରେ ଗିରଫ ଦୁଇ ଆମେରିକୀୟ ନାଗରିକ ଆଲେକଜାଣ୍ଡାର ଡ୍ରୁକ ଓ ଆଣ୍ଡି ହ୍ୟୁନଙ୍କୁ କେଉଁଠାରେ ରଖାଯାଇଛି ସେ ଜାଣିନାହାନ୍ତି, କିନ୍ତୁ ସେମାନେ ତାଙ୍କ ଅପରାଧ ପାଇଁ ଦଣ୍ଡ ପାଇବେ । ସେମାନେ ୟୁକ୍ରେନ ସୈନ୍ୟଙ୍କ ସହ ମିଶି ରୁଷ ସୈନ୍ୟଙ୍କ ଉପରେ ଗୁଳି ଚଳାଉଥିଲେ । ଏହି ଦୁଇ ଆମେରିକୀୟ ନାଗରିକଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ସେମାନଙ୍କ ସହ ଗତ ଜୁନ ୮ରେ ଶେଷଥର ପାଇଁ ଯୋଗାଯୋଗ ହୋଇଥିଲା ।

ସେମାନେ ସେତେବେଳେ ଖାରକ୍ରିବରେ ଥିଲେ ।ରୁଷ ସୈନ୍ୟମାନେ ସେମାନଙ୍କୁ ଡୋନେକ୍ସ ଅଂଚଳରେ ରଖିଥିବା ସଂଦେହ କରାଯାଉଛି । । ପୂର୍ବରୁ ୟୁକ୍ରେନରେ ଗିରଫ ହୋଇଥିବା ଦୁଇ ବ୍ରିଟିଶ ନାଗରିକ ଓ ଜଣେ ମରୋକ୍କୋ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦେଇସାରିଛି ରୁଷ । ଯୁଦ୍ଧରେ ୟୁକ୍ରେନ ସୈନ୍ୟଙ୍କୁ ସମର୍ଥନ କରିବା ସହ ରୁଷ ସୈନ୍ୟଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗରେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *