ହାଇଦ୍ରାବାଦରେ ‘ବିଜେପି’ ଓ ‘ଟିଆରଏସ୍‌’ର ଶକ୍ତି ପ୍ରଦର୍ଶନ ଆଜି

ହାଇଦ୍ରାବାଦ -: ହାଇଦ୍ରାବାଦରେ ‘ବିଜେପି’ର ବିଶାଳ ଉପସ୍ଥିତିର ମୁକାବିଲା କରିବା ଲାଗି ‘ଟିଏସ୍‌ଆର୍‌’ ମଧ୍ୟ ବ୍ୟାପକ ଶକ୍ତି ପ୍ରଦର୍ଶନ ରାଲି ଆୟୋଜନ କରିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ‘ବିଜେପି’ ଦୁଇଟି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଉଥିବା ବେଳେ ଶାସକ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ (ଟିଆର୍‌ଏସ୍‌) ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଦଳଙ୍କ ପ୍ରାର୍ଥୀ ଶଯବନ୍ତ ସିହ୍ନାଙ୍କ ସମର୍ଥନରେ ଗୋଟାଏ ରାଲି ଆୟୋଜନ କରିଛି।

Advertisement

ବେଗୁମ୍‌ପେଟ୍‌ ବିମାନ ବନ୍ଦରରେ ‘ଟିଆର୍‌ଏସ୍‌’ ଅଧ୍ୟକ୍ଷ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଯଶବନ୍ତ ସିହ୍ନାଙ୍କୁ ସ୍ବାଗ କରିବେ। ଏହାର ଦୁଇ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ମଧ୍ୟ ଉକ୍ତ ବିମାନ ବନ୍ଦରରେ ଅବତରଣ କରିବ। ଏହାପରେ କେ. ଚନ୍ଦ୍ରଶେଖର ରାଓ ଏବଂ ଶଯବନ୍ତ ସିହ୍ନା ବିମାନ ବନ୍ଦରରୁ ଜଳ ବିହାର ପର୍ଯ୍ୟନ୍ତ ଗୋଟାଏ ମୋଟର୍‌ସାଇକେଲ୍‌ ରାଲିର ନେତୃତ୍ବ ନେବେ। ସେଠାରେ ସିହ୍ନାଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରି ସାଧାରଣ ସଭା ଆୟୋଜନ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!